www.samajalive.in
Saturday, December 6, 2025
26.1 C
Bhubaneswar

ଅଟା ଚୋରି କରୁଥିଲେ ନାବାଳକ ; ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଲେ ଦୋକାନୀ

ଇସଲାମାବାଦ : ପାକିସ୍ତାନରେ ହାହାକାର ପରିସ୍ଥିତି ଜାରି ରହିଛି। ଏଠାରେ ଦୈନନ୍ଦିନ ବ୍ୟବହାର ଉପଯୋଗୀ ଜିନିଷ ସହ ଖାଦ୍ୟ ଜିନିଷର ଘୋର ଅଭାବ ଲାଗି ରହିଛି। ପରିସ୍ଥିତି ଏପରି ହୋଇଛି ଯେ, ଲୋକମାନେ ଅଟା ଚୋରି କରିବାକୁ ବାଧ୍ୟ ହେଉଛନ୍ତି। ବର୍ତ୍ତମାନ ଏଭଳି ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ନାବାଳକ ଏକ ଦୋକାନରୁ ଅଟା ଚୋରି କରିବା ସମୟରେ ଉକ୍ତ ଦୋକାନୀ ଜଣକ ନାବାଳକୁ ଏକ ଖୁଣ୍ଟରେ ବାନ୍ଧି ଓଲଟା ଟାଙ୍ଗି ନିସ୍ତୁକ ମାଡ ମାରିଥିଲା। ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହାକୁ ସୋସିଆଲ ମିଡିଆରେ ଅନେକ ଲୋକେ ଦୋକାନୀର ଏଭଳି କାର୍ଯ୍ୟକୁ ତୀବ୍ର ନିନ୍ଦା କରିବା ସହ ରାଗରେ ଏହା ହୀନ କାର୍ଯ୍ୟ ବୋଲି କହିଛନ୍ତି। ଏହି ଘଟଣା ପରେ ପୁଲିସ ଅଭିଯୁକ୍ତ ଦୋକାନୀକୁ ଗିରଫ କରିଛି।
ଏହି ଘଟଣା ପାକିସ୍ତାନୀ ପଞ୍ଜାବର ମିଆନ୍ ଚାନ୍ନୁ ଅଞ୍ଚଳର। ଯେଉଁଠାରେ ଏକ ଦୋକାନରୁ ଜଣେ ନାବାଳକ ଅଟା ଚୋରି କରିବା ସମୟରେ ଧରାପଡିଥିଲା। ଏହା ପରେ ଦୋକାନୀ ଉକ୍ତ ନାବାଳକୁ ଏକ ଖୁଣ୍ଟରେ ବାନ୍ଧି ଓଲଟା ଟାଙ୍ଗି ନିସ୍ତୁକ ମାଡ ମାରିଥିଲା। ଏହି ସମୟରେ କେହି କେହି ଘଟଣାର ଏକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ସୋସିଆଲ ମିଡିଆରେ ଲୋକମାନେ ଏଥିରେ କ୍ରୋଧିତ ହୋଇଥିଲେ। ଲୋକମାନେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିବା ଆରମ୍ଭ କରିଥିଲେ। ଏହା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଦୋକାନୀକୁ ଗିରଫ କରିଥିଲା।
ସୂଚନାନୁସାରେ ଗତ କିଛି ଦିନ ମଧ୍ୟରେ ପାକିସ୍ତାନରେ ଅଟାର ଘୋର ଅଭାବ ଦେଖାଦେଇଥିଲା। ଏହି ସମୟରେ ପାକିସ୍ତାନର ବିଭିନ୍ନ ସ୍ଥାନରେ ଅଟା ପାଇଁ ଲୋକଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା। ପରିସ୍ଥିତି ଏପରି ଥିଲା ଯେ ମାଗଣା ଅଟା ପାଇଁ ଦୌଡା ଦୌଡି ସମୟରେ ୨୦ ରୁ ଅଧିକ ଲୋକେ ପ୍ରାଣ ହରାଇଥିଲେ। ପାକିସ୍ତାନରେ ପର୍ଯ୍ୟାପ୍ତ ଗହମ ଉପଲବ୍ଧ ନ ଥିବାରୁ ୩୦-୪୦ ପ୍ରତିଶତ ମିଲ କାମ ବନ୍ଦ କରି ଦେଇଥିଲା। ଯେଉଁ କାରଣରୁ ଦେଶରେ ଅଟା ଅଭାବ ଦେଖାଦେଇଥିଲା।
ଗତକିଛି ଦିନ ହେବ ପାକିସ୍ତାନରେ ମହଙ୍ଗା ମାଡରେ ସର୍ବସାଧାରଣ ଅତିଷ୍ଠ ହୋଇପଡିଛନ୍ତି। ଖାଦ୍ୟ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହେବା ଫଳରେ ସବୁଠାରୁ ଅଧିକ ପ୍ରଭାବ ଗରିବ ଓ ସାଧାରଣ ଲୋକଙ୍କ ଉପରେ ପଡୁଛି। ସବୁଠାରୁ ବଡ କ୍ଷତି ହେଉଛି ପାକିସ୍ତାନର ଗରିବ ଲୋକଙ୍କର। ଏହି କାରଣରୁ ଖାଦ୍ୟ ସାମଗ୍ରୀ ଚୋରି କରିବା ପରେ ଲୋକଙ୍କୁ ନିସ୍ତୁକ ମାଡର ଶିକାର ହେବା ଘଟଣା ସାମ୍ନାକୁ ଆସୁଛି।

 

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories