www.samajalive.in
Monday, December 8, 2025
20.1 C
Bhubaneswar

ନିଜ ମାଟିରେ ଭାରତ-ଆଫଗାନ ବାଣିଜ୍ୟ ମାର୍ଗ ଖୋଲିବାକୁ ମନାକଲା ପାକିସ୍ତାନ

ଇସ୍‍ଲାମାବାଦ/ନୂଆଦିଲ୍ଲୀ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ବିଶିଷ୍ଟ କ୍ରିକେଟ୍‍ ଖେଳାଳି ତଥା ପାକିସ୍ତାନ ତେହରିକ୍‍-ଇ-ଇନସାଫ୍‍ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନ୍‍ ଦାୟିତ୍ୱ ଗ୍ରହଣ କରିବା ପରେ ଭାରତ ସହିତ ଏହାର ସମ୍ପର୍କ ସୁଧାରିବେ ବୋଲି ଆଶାକରାଯାଉଥିଲା। ବିଶେଷକରି ପାକିସ୍ତାନ ମାଟି ଦେଇ ଭାରତ-ଆଫଗାନିସ୍ତାନ ବାଣିଜ୍ୟ ପଥ ଉନ୍ମୁକ୍ତ ହେବାର ଆଶା ଉଜ୍ଜୀବିତ ହୋଇଥିଲା; ମାତ୍ର ପାକିସ୍ତାନ ଏବେ ଏହାର ମନ ବଦଳାଇଛି। ଏହି ମାର୍ଗ ଖୋଲିବା ସମ୍ବନ୍ଧରେ ଆଲୋଚନା ଲାଗି ପାକ୍‍ ସରକାର କୌଣସି ପ୍ରକାର ସହମତି ପ୍ରକାଶ କରି ନାହାନ୍ତି ବୋଲି ଏଠାକାର ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେସୀ ପ୍ରକାଶ କରିଛନ୍ତି। ପାକିସ୍ତାନ ମାଟି ଉପଯୋଗ ପୂର୍ବକ କୌଣସି ପ୍ରକାର ବାଣିଜ୍ୟ କରିବାକୁ ଭାରତକୁ ପାକ୍‍ ସରକାର ଅନୁମତି ଦେଇ ନାହାନ୍ତି। ଏଥିନିମନ୍ତେ ପ୍ରଥମେ ଉଭୟ ଦେଶ ମଧ୍ୟରେ ସ୍ଥାନାନ୍ତରୀକରଣ ବ୍ୟାପାର ସମ୍ବନ୍ଧୀୟ ବିବାଦର ସମାଧାନ କରିବାକୁ ହେବ ବୋଲି କୁରେସୀ ସ୍ପଷ୍ଟ କରିଛନ୍ତି।
ଉଲ୍ଲେଖ ଯେ ଏହି ମାର୍ଗ ଖୋଲିବା ସମ୍ବନ୍ଧରେ ଆଲୋଚନା କରିବାକୁ ପାକିସ୍ତାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ଏପରିକି ଏହି ଆଲୋଚନା ପାଇଁ ପାକିସ୍ତାନ ଆଫଗାନିସ୍ତାନ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଥିବା ନେଇ ଆଫଗାନରେ ନିଯୁକ୍ତ ଆମେରିକାର ରାଷ୍ଟ୍ରଦୂତ ଜନ୍‍ ବାସ୍‍ ଭାରତୀୟ ଗଣମାଧ୍ୟମକୁ କହିଥିଲେ। ଅନ୍ୟପଟେ ଇମ୍ରାନ୍‍ଙ୍କୁ ବୈଦେଶିକ ବ୍ୟାପର ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି. କେ. ସିଂହ ସୋମବାର କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଇମ୍ରାନ ପାକିସ୍ତାନ ସେନା ହାତର କାଠକଣ୍ଢେଇ ପାଲଟିଛନ୍ତି; ଅର୍ଥାତ୍‍ ଏବେବି ପାକିସ୍ତାନରେ ସାମରିକ ଶାସନ ଜାରି ରହିଛି ବୋଲି କୁହାଯିବ। ଏଭଳି ସ୍ଥିତିେରେ ଭାରତ କେବଳ ସମୟକୁ ଅପେକ୍ଷା କରି ଘଟଣାକୁ ଅବଲୋକନ କରିବାର ପନ୍ଥା ଆପଣାଇଛି। ପାକିସ୍ତାନରେ ସରକାର ପରିବର୍ତ୍ତନ ସତ୍ତ୍ବେ ସୀମାରେ ଅନୁପ୍ରବେଶ ଜାରି ରହିଥିବା ପ୍ରସଙ୍ଗରେ ମତ ରଖି ସେ ଏହା କହିଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories