www.samajalive.in
Monday, December 8, 2025
20.1 C
Bhubaneswar

ସାଂସଦଙ୍କ ପାଦ ଧୁଆ ପାଣି ପିଇଲେ କର୍ମୀ

ନୂଆଦିଲ୍ଲୀ : ରାଜାଙ୍କ ଭଳି ରାଜନେତାଙ୍କ ଆଦବକାଇଦା ଅନୁନ୍ନତ ଇଲାକାରେ ବଳବତ୍ତର ରହିଛି। ନେତାଙ୍କୁ ଲୋକେ ଈଶ୍ୱର ଭଳି ପୂଜା କରୁଛନ୍ତି। ନେତାଙ୍କୁ କର୍ମୀ ବା ସାଧାରଣ ଲୋକେ ଜୋତା ପିନ୍ଧାଇଦେବା, କାନେ୍ଧଇ ନେବା ଭଳି ଘଟଣା ନଜରକୁ ଆସିଛି; କିନ୍ତୁ ଝାଡ଼ଖଣ୍ଡର ଗୋଡ୍ଡାଠାରେ ଏଭଳି ଏକ ଘଟଣା ଘଟିଛି, ଯାହାକୁ ନେଇ ବେଶ୍‍ ଚର୍ଚ୍ଚା ଚାଲିଛି। ଏଠାକାର ଜଣେ ବିଜେପି କର୍ମୀ ସ୍ଥାନୀୟ ଦଳୀୟ ବିଧାୟକ ନିଶିକାନ୍ତ ଦୁବେଙ୍କ ପାଦ ଧୋଇ ଉକ୍ତ ପାଣିକୁ ପିଇଛନ୍ତି। ଦୁବେ ରବିବାର ଗୋଡ୍ଡାକୁ ଏକ ପ୍ରଚାର ଅଭିଯାନରେ ଯାଇଥିଲେ। ସେଠାରେ ଅନୁଷ୍ଠିତ ଏକ ଜନସମାବେଶରେ ସେ ବକ୍ତବ୍ୟ ଶେଷ କରିବା ପରେ ଦଳୀୟକର୍ମୀ ପୱନ ଶାହ ଏକ ପିତ୍ତଳ ଥାଳି ଓ ଲୋଟାରେ ପାଣି ଆଣି ତାଙ୍କ ପାଦ ନିକଟରେ ବସିଗଲେ। କେହି କିଛି ବୁଝିବା ପୂର୍ବରୁ ସେ ଦୁବେଙ୍କ ପାଦ ଧୋଇ ପୋଛିଲେ ଏବଂ ପରେ ପାଦଧୁଆ ପାଣି ପିଇଦେଲେ। ସେଠାରେ ଉପସ୍ଥିତ କେହି ଜଣେ ବ୍ୟକ୍ତି ଏହି ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ଛାଡିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମାତ୍ର ସମ୍ପୃକ୍ତ ସାଂସଦ ଉକ୍ତ କର୍ମୀଙ୍କ ଏହି କାର୍ଯ୍ୟକ୍ରମକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଏଭଳି କରିବାରେ କୌଣସି ତ୍ରୁଟି ନାହିଁ; ଏହାଦ୍ୱାରା ତାଙ୍କ ଲୋକପ୍ରିୟତା କେତେ ତାହା ପ୍ରମାଣିତ ହୋଇଛି। ସମାଲୋଚନା କରୁଥିବା ଲୋକେ ତାହା ବୁଝିପାରୁ ନାହାନ୍ତି ବୋଲି ଦୁବେ କହିଛନ୍ତି। ଝାଡ଼ଖଣ୍ଡରେ ଅତିଥିଙ୍କୁ ସତ୍କାର କରିବାର ଏହା ଏକ ସାଧାରଣ ପରମ୍ପରା ବୋଲି ସେ କହିଛନ୍ତି। ଅନ୍ୟପଟେ ସମ୍ପୃକ୍ତ କର୍ମୀ ଜଣକ ସମାଲୋଚକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଧମକ ଦେଇଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories