www.samajalive.in
Saturday, December 6, 2025
16.1 C
Bhubaneswar

ପିଓକେରେ ଆତଙ୍କବାଦୀଙ୍କ ସହିତ ଯୋଗାଯୋଗ ସୁଦୃଢ କରିବାରେ ଲାଗିଛି ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ବିରୁଦ୍ଧରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା କାର୍ଯ୍ୟକଳାପକୁ ଅଧିକ ବ୍ୟାପକ ଏବଂ ଭୟଙ୍କର କରିବାକୁ ପାକିସ୍ତାନ ଚଳାଇଥିବା କାର୍ଯ୍ୟକଳାପର ଆଉ ଏକ ବିଷୟ ସାମନାକୁ ଆସିଛି । ପାକ ଅଧିକୃତ କାଶ୍ମୀର ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ଆତଙ୍କିଙ୍କର ଅଭେଦ୍ୟ ଗଡ ପାଲଟିଥିବାବେଳେ ସେଠାରେ ଥିବା ବିଭିନ୍ନ ଆତଙ୍କି ସଂଗଠନର ତାଲିମ ସ୍ଥଳ ସହିତ ଯେଭଳି ପାକିସ୍ତାନ ସେନା ବରାବର ନିରବଚ୍ଛିନ୍ନ ଯୋଗାଯୋଗ ସ୍ଥାପନ କରିପାରିବେ ଏବଂ ବିଭିନ୍ନ ଆତଙ୍କି ସଂଗଠନ ମଧ୍ୟରେ ପରସ୍ପର ଯେଭଳି ସଂଯୋଗ ସ୍ଥାପନ କରାଯାଇପାରିବ, ସେଥିପାଇଁ ପାକିସ୍ତାନ ସରକାର ସଂପ୍ରତି ପାକ ଅଧିକୃତ କାଶ୍ମୀର (ପିଓକେ)ରେ ସଂଚାର ବ୍ୟବସ୍ଥାରେ ବ୍ୟାପକ ଆଧୁନିକରଣ ଆରମ୍ଭ କରିଛନ୍ତି । ପାକିସ୍ତାନର ସ୍ପେଶାଲ କମ୍ୟୁନିକେସନ ଅର୍ଗାନାଇଜେସନ (ଏସସିଓ) ପିଓକେରେ ଅପଟିକାଲ ଫାଇବର ବିଛାଇବା ସହିତ ମାଇକ୍ରୋୱେଭ ଏବଂ ଉପଗ୍ରହ ଭିତ୍ତିକ ଯୋଗାଯୋଗ ସ୍ଥାପନ ବ୍ୟବସ୍ଥା ନିର୍ମାଣ କରୁଛି । ଏହାଦ୍ୱାରା ପାକିସ୍ତାନ ଭାରତ ବିରୋଧୀ କାର୍ଯ୍ୟକଳାପକୁ ଅଧିକ ବ୍ୟାପକ କରିବା ସହିତ ପିଓକେରେ ପାକିସ୍ତାନ ବିରୋଧରେ ବିଷୋଦଗାର କରୁଥିବା ଲୋକଙ୍କ ଉପରେ ମଧ୍ୟ ନଜର ରଖିପାରିବ ବୋଲି ଜଣାଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ପାକିସ୍ତାନ ତାହାର ୧୦ମ କର୍ପସ ଅଧୀନରେ ୫୦ଟି ସାମରିକ ସ୍ଥଳ ଏବଂ ଏହାଦ୍ୱାରା ପରିଚାଳିତ ୨ଟି ଡିଭିଜନ ଯଥା ଦ୍ୱାଦଶ ଡିଭିନ ଏବଂ ୨୩ଶ ଡିଭିଜନ ସହିତ ଯୋଗାଯୋଗ ସ୍ଥାପନ ଲକ୍ଷ୍ୟ ରଖିଛି । ଏଥିରେ ୩୯୫ କିଲୋମିଟର ଦୀର୍ଘ ଅପଟିକାଲ ଫାଇବର ସଂଯାଗ ଅନ୍ତର୍ଭୁକ୍ତ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories