www.samajalive.in
Tuesday, December 9, 2025
17.1 C
Bhubaneswar

ଇରାନକୁ ଶାହିଦ-୧୨୬ ଡ୍ରୋନ୍ ମାଗିଲା ପାକିସ୍ତାନ

ନୂଆଦିଲ୍ଲୀ : ଅନ୍ୟ କିଛି ଦେଶ ସହାୟତାରେ ଭାରତ ସହ ଲଢିବାକୁ ଆଗେଇ ଆସିଥିବା ପାକିସ୍ତାନକୁ ‘ଅପରେସନ ସିନ୍ଦୂର’ର ୨୪ ଘଣ୍ଟା ମଧ୍ୟରେ ଅନେକ କ୍ଷତି ସହିବାକୁ ପଡିଛି । ଭାରତର ଆକ୍ରମଣରେ ହୋଇଥିବା କ୍ଷତି ଭରଣା କରିବାକୁ ପାକିସ୍ତାନକୁ ଅନେକ  ବର୍ଷ ଲାଗିପାରେ । ଏହା ମଧ୍ୟରେ ପାକିସ୍ତାନ ଇରାନରୁ ଶାହିଦ-୧୨୬ ଡ୍ରୋନ୍ ମାଗିଥିବା ଖବର ସାମ୍ନାକୁ ଆସିଛି । ଅପରେସନ ସିନ୍ଦୂର ପୂର୍ବରୁ ପାକିସ୍ତାନକୁ ତୁର୍କୀ କିଛି ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲା । କିନ୍ତୁ ଏବେ ତୁର୍କୀ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଦେଇଥିବା ପ୍ରତ୍ୟାଖାନ କରୁଛି ।

ଇରାନ ଚଳିତ ବର୍ଷ ଶାହିଦ ସିରିଜର ଡ୍ରୋନର ଅତ୍ୟାଧୁନିକ ଭର୍ସନ ଶାହିଦ-୧୪୯ ‘ଗାଜା’ ନାଁରେ ମାନବ ରହିତ ଯୁଦ୍ଧ ବିମାନ(ୟୁସିଏଭି)କୁ କାର୍ଯ୍ୟକ୍ଷମ କରିଥିଲା । ଇରାନର ଏହି ଡ୍ରୋନ ୫୦୦ରୁ ୧୦୦୦ କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିବାରେ ସକ୍ଷମ । ଏଥିରେ ଇଲେକ୍ଟ୍ରୋ-ଅପ୍ଟିକାଲ ଏବଂ ଇନଫ୍ରାରେଡ୍ ସେନ୍ସର, ଲେଜର ରେଜଫାଇଣ୍ଡର ଓ ସାଟେଲାଇଟ୍ କମ୍ୟୁନିକେସନ ଆଣ୍ଟିନା ରହିଛି । ଏହା ୫୦୦ କିଲୋମିଟର ପରିସରରେ ନଜର ରଖିପାରିବ ଏବଂ ଅଦୃଶ୍ୟ ବିମାନର ପତ୍ତା ଲଗାଇବାରେ ସକ୍ଷମ ହେବ । ଏହା ଇରାନର ପୁରୁଣା ଶାହିଦ-୧୨୯ ମଡେଲର ଅତ୍ୟାଧୁନିକ ଭର୍ସନ, ଯେଉଁଥିରେ ଲୋଡିଂ କ୍ଷମତା ଓ ରେଞ୍ଜ ବୃଦ୍ଧି କରାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories