www.samajalive.in
Monday, December 8, 2025
20.1 C
Bhubaneswar

ପାକ୍‌ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ, ସର୍ବଦଳୀୟ ବୈଠକ ପରେ ଆଗାମୀ ଯୋଜନା ବିଷୟରେ କହିଲେ ଓଓ୍ବୈସି

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗୁରୁବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସରକାର ରାଜନୈତିକ ଦଳଗୁଡ଼ିକୁ ‘ଅପରେସନ ସିନ୍ଦୂର’ ବିଷୟରେ ସୂଚନା ଦେଇଛନ୍ତି। ଏହି ବୈଠକ ପରେ ଅଲ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ-ମୁସ୍ଲିମିନ୍ର ଅଧ୍ୟକ୍ଷ ଅସଦୁଦ୍ଦୀନ ଓଓ୍ବୈସି ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି।

ଓଓ୍ବୈସି କହିଛନ୍ତି ଯେ, ମୁଁ ସର୍ବଦଳୀୟ ବୈଠକରେ ଆମ ସେନାର ପ୍ରଶଂସା କରିଛି। ସେମାନେ ‘ଅପରେସନ ସିନ୍ଦୂର’ କରିଥିଲେ। ମୁଁ ବୈଠକରେ କହିଲି ଯେ, ଆମେ ଟିଆରଏଫ ବିରୁଦ୍ଧରେ ଏକ ଅନ୍ତର୍ଜାତୀୟ ଅଭିଯାନ ଚଳାଇବା ଉଚିତ, ବିଶେଷକରି ସୁରକ୍ଷା ପରିଷଦ ଏହା ଘୋଷଣା କରିବା ଉଚିତ।

- Advertisement -

ଓଓ୍ବୈସି କହିଛନ୍ତି ଯେ, ଆମକୁ ଆମେରିକାକୁ କହିବାକୁ ପଡ଼ିବ ଯେ, ସେ ନିଜ ଦେଶରେ ଟିଆରଏଫକୁ ଆତଙ୍କବାଦୀ ସଂଗଠନ ଘୋଷଣା କରୁ। ସେ କହିଛନ୍ତି, ୨୦୨୫ ଫେବୃଆରୀରେ ହାଫିଜ୍ ସଇଦର ପୁଅ ଏକ ଭାଷଣରେ କହିଥିଲା ଯେ, ଆମେ ୨୦୨୫ରେ ଜିହାଦ କରିବୁ। ଏମାନେ ଜିହାଦ ନାଁରେ ଭାରତରେ ହତ୍ୟା କରିବାକୁ ଚାହୁଁଛନ୍ତି। ଆତଙ୍କ ଖେଳାଇବାକୁ ଚାହୁଁଛନ୍ତି। ଆମେ ଜାତିସଂଘକୁ ଅନୁରୋଧ କରୁଛୁ ଯେ, ଟିଆରଏଫକୁ ଆତଙ୍କବାଦୀ ସଂଗଠନ ଘୋଷଣା କରନ୍ତୁ। ପାକିସ୍ତାନକୁ ୠଇଞୠର ଗ୍ରେ ତାଲିକାରେ ରଖାଯାଉ।

ଓଓ୍ବୈସି କହିଛନ୍ତି ଯେ, ଆମେ ବ୍ରିଟେନ ସହିତ ଏକ ବାଣିଜ୍ୟ ଚୁକ୍ତି ମଧ୍ୟ କରିଛୁ। ଏଭଳି ସ୍ଥିତିରେ ଆମେ ସେମାନଙ୍କୁ ମଧ୍ୟ କହିବୁ ଯେ ଟିଆରଏଫ ଉପରେ ପ୍ରତିବନ୍ଧକ ଲଗାଇବେ। ବ୍ରିଟେନର ଅର୍ଥ ମନ୍ତ୍ରଣାଳୟ ପାକିସ୍ତାନ ଉପରେ ପ୍ରତିବନ୍ଧକ ଲଗାଉ। ଆମର ଆମେରିକା ସହିତ ବାଣିଜ୍ୟ ଚୁକ୍ତି ହେବାକୁ ଯାଉଛି, ତେଣୁ ଆମେରିକାକୁ ମଧ୍ୟ କହିବୁ ଯେ ପାକିସ୍ତାନକୁ ଆତଙ୍କୀ ତାଲିକାରେ ରଖୁ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories