www.samajalive.in
Tuesday, December 9, 2025
16.1 C
Bhubaneswar

ପାକିସ୍ତାନକୁ କଡା ଜବାବ ଦେଉଛି ଭାରତ, ଅନେକ ପ୍ରତିରକ୍ଷା ନିରୋଧୀ ବ୍ୟବସ୍ଥା ନଷ୍ଟ

ଡେସ୍କ: ଭାରତ ସଫଳତାର ସହ ଅପରେସନ ସିନ୍ଦୂର ଅଧୀନରେ ପାକଁ ଅଧିକୃତ କାଶ୍ମୀର ଓ ପାକିସ୍ତାନରେ ଆତଙ୍କୀ ଅଡ୍ଡା ଉପରେ ଆକ୍ରମଣ ପରେ ଆଜି ଅପରେସନ ସିନ୍ଦୂର ୨.୦ ଅଧୀନରେ ପାକିସ୍ତାନର ବିଭିନ୍ନ ସହରରେ ଆକ୍ରମଣ ଜାରି ରହିଛି। ଭାରତୀୟ ସଶସ୍ତ୍ର ବାହିନୀ ଗୁରୁବାର ସକାଳ ସମୟରେ ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମକୁ ଟାର୍ଗେଟ କରିଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଲାହୋରରେ ଏକ ଏୟାର ଡିଫେନ୍ସ ସିଷ୍ଟମକୁ ନିଷ୍କ୍ରିୟ କରାଯାଇଛି। ମନ୍ତ୍ରଣାଳୟ କହିଛି, ଭାରତର ପ୍ରତିକ୍ରିୟା ପାକିସ୍ତାନ ଭଳି ତୀବ୍ରତାର ସହ ସମାନ ରହିଛି।

ଗତକାଲି ରାତିରେ ପାକିସ୍ତାନ ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, କପୁରଥଲା, ଜଳନ୍ଧର, ଲୁଧିଆନା, ଆଦମପୁର, ଭଟିଣ୍ଡା, ଚଣ୍ଡିଗଡ଼, ନାଲ, ଫାଲୋଡି, ଉତ୍ତରଲାଇ ଏବଂ ଭୁଜ ସମେତ ଉତ୍ତର ଓ ପଶ୍ଚିମ ଭାରତର ଅନେକ ସାମରିକ ଟାର୍ଗେଟକୁ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଇଣ୍ଟିଗ୍ରେଟେଡ୍ କାଉଣ୍ଟର ୟୁଏଏସ୍ ଗ୍ରିଡ୍ ଏବଂ ଏୟାର ଡିଫେନ୍ସ ସିଷ୍ଟମ୍ ଦ୍ୱାରା ଏହାକୁ ନିଷ୍କ୍ରିୟ କରାଯାଇଥିଲା। ଏହି ଆକ୍ରମଣର ଭଗ୍ନାବଶେଷ ଏବେ ଅନେକ ସ୍ଥାନରୁ ଉଦ୍ଧାର କରାଯାଉଛି ଯାହା ପାକିସ୍ତାନୀ ଆକ୍ରମଣକୁ ପ୍ରମାଣିତ କରୁଛି।

- Advertisement -

ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜାମ୍ମୁ କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟ କୂପୱାଡା, ବାରାମୁଳା, ଉରୀ, ପୁଞ୍ଚ ଏବଂ ରାଯୋୖରିରେ ପାକିସ୍ତାନ ପକ୍ଷରୁ ହଠାତ ଆକ୍ରମଣ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରାଳୟ ସୂଚନା ଅନୁଯାୟୀ, ପାକିସ୍ତାନ ପକ୍ଷରୁ ସୀମାପାର ଗୁଳିଚାଳନା ରେ ୩ ମହିଳା ଓ ୫ ଶିଶୁଙ୍କ ସମେତ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ଏହାର ଜବାବରେ ଭାରତୀୟ ସେନା କଡା ପଦକ୍ଷେପ ଗ୍ରହଣ କରିଛି। ସୂଚନା ଅନୁଯାୟୀ, ଭାରତୀୟ ସେନା ଆକ୍ରମଣରେ ପାକିସ୍ତାନର ଅନେକ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରବଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ନଷ୍ଟ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories