www.samajalive.in
Wednesday, December 10, 2025
26.1 C
Bhubaneswar

ଏଣିକି ପାକିସ୍ତାନରେ ବାଜିବନି ଭାରତୀୟ ଗୀତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଛି। ଇତି ମଧ୍ୟରେ ଭାରତ ଏକ ବଡ଼ ପଦକ୍ଷେପସ୍ଵରୂପ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍, ପାକିସ୍ତାନୀ କଳାକାର ଏବଂ ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଦେଶରେ ନିଷେଧ କରିଛି। ଏହାର ଜବାବରେ ପାକିସ୍ତାନ ମଧ୍ୟ ଭାରତ ବିରୋଧରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ଏବଂ ଏବେ ପଡ଼ୋଶୀ ଦେଶ ମଧ୍ୟ ପାକ୍ ରେଡିଓ ଷ୍ଟେସନରେ ଭାରତୀୟ ଗୀତକୁ ନିଷେଧ କରିଛି।

ପାକିସ୍ତାନବାସୀ କାହିଁ କେଉଁ କାଳରୁ ଲତା ମଙ୍ଗେସକର, ମହମ୍ମଦ ରଫି ଏବଂ କିଶୋର କୁମାରଙ୍କ ଗୀତ ଶୁଣି ଆସୁଛନ୍ତି ଏବଂ ବର୍ତ୍ତମାନ ସମୟରେ ଅରିଜିତ ସିଂହ ଓ ଶ୍ରେୟା ଘୋଷାଲଙ୍କ ଭଳି କଣ୍ଠଶିଳ୍ପୀ ପାକିସ୍ତାନୀମାନଙ୍କର ଖୁବ୍ ପସନ୍ଦ। କିନ୍ତୁ ପାକିସ୍ତାନରେ ଏବେ ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ଗୀତ ବାଜିବ ନାହିଁ। ଗୁରୁବାର ପାକିସ୍ତାନ ପ୍ରସାରଣ ସଂଘ(ପିବିଏ) ସୂଚନା ଦେଇଛି ଯେ, ସେମାନେ ସେମାନଙ୍କ ରେଡିଓ ଷ୍ଟେସନଗୁଡ଼ିକରେ ବାଜୁଥିବା ସମସ୍ତ ଭାରତୀୟ ଗୀତକୁ ନିଷେଧ କରିଛନ୍ତି। ପାକିସ୍ତାନର ସୂଚନା ମନ୍ତ୍ରୀ ଅତୁଲ୍ଲାହ ତରାର ଭାରତ ବିରୋଧରେ ପିବିଏର ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ସେ ପିବିଏର ସାଧାରଣ ସମ୍ପାଦକଙ୍କୁ ଏକ ପତ୍ର ଲେଖିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories