www.samajalive.in
Monday, December 8, 2025
20.1 C
Bhubaneswar

ପାକିସ୍ତାନ ଡ୍ରୋନକୁ ଖସାଇଲା ଭାରତୀୟ ସେନା

ଗୁଜରାଟ: ଗୁଜରାଟର କଚ୍ଛ ନିକଟ ଅନ୍ତର୍ଜାତୀୟ ସୀମା ଉପରେ ଉଡୁଥିବା ପାକିସ୍ତାନର ଏକ ଡ୍ରୋନକୁ ଭାରତୀୟ ସେନା ଖସାଇ ଦେଇଛି। ସ୍ଥାନୀୟ ପୁଲିସ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ପିଓକେର ବାଲାକୋଟରେ ଭାରତର ବିମାନ ଆକ୍ରମଣର କିଛି ସମୟ ପରେ ପାକିସ୍ତାନର ଉକ୍ତ ଡ୍ରୋନଟି କଚ୍ଛର ନାଙ୍ଘତାଡ ଗ୍ରାମ ନିକଟରେ ଅନ୍ତର୍ଜାତୀୟ ସୀମା ଉପରେ ଉଡୁଥିବା ନଜର ଆସିଥିଲା। ସେନା ପକ୍ଷରୁ ଡ୍ରୋନକୁ ଖସାଯିବା ସମୟରେ ଏକ ବଡ଼ ଧରଣର ଶବ୍ଦ ହୋଇଥିଲା। ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସେଠାରେ ଡ୍ରୋନର ଭଗ୍ନାବଶେଷ ପଡ଼ିଥିବା ଦେଖିଥିଲେ। ପାକିସ୍ତାନ କୌଣସି ଗୁପ୍ତଚର କାର୍ଯ୍ୟରେ ଉକ୍ତ ଡ୍ରୋନକୁ ବ୍ୟବହାର କରିଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଜଣେ ପୁଲିସ ଅଧିକାରୀ ନାମ ଗୋପନ ରଖି କହିଛନ୍ତି ଯେ, ଏଭଳି ଏକ ଘଟଣା ଘଟିଛି। ଆମେ ତାହାର ତଦନ୍ତ କରୁଛୁ। ଘଟଣା ସମ୍ପର୍କରେ ଅଧିକ କିଛି କହିହେବ ନାହିଁ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories