ପାରଳାଖେମୁଣ୍ଡି : ପାରଳା ରାଣୀ କଲ୍ୟାଣୀ ଦେବୀ ମଙ୍ଗଳବାର ଦିନ ବିଜେଡିରେ ଯୋଗ ଦେଇଛନ୍ତି। ରାଣୀ ନିଜ ସମର୍ଥକଙ୍କ ସହ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ପୂର୍ବରେ ସେ ବିଜେଡିରେ ଯୋଗ ଦେବେ ବୋଲି ଘୋଷଣା ହୋଇଥିଲା।
ପୂର୍ବରୁ ରାଣୀ କଲ୍ୟାଣୀ ଦେବୀ ନିଜ ସମର୍ଥକଙ୍କ ସହ ନବୀନ ନିବାସକୁ ଯାଇ ବିଜେଡିରେ ଯୋଗ ଦେବେ ବୋଲି ପୂର୍ବତନ ବିଜେଡି ଜିଲା ସଭାପତି ବସନ୍ତ ଦାଶ ସ୍ପଷ୍ଟ କରିଥିଲେ।



