ପୁଞ୍ଚ୍ : ଗୁରୁବାର ପୁଣି ଅସ୍ତ୍ରବିରତି ଉଲଂଘନ କରିଛି ପାକିସ୍ତାନ । ଜମ୍ମୁ କଶ୍ମୀରର ପୁଞ୍ଚ୍ ଜିଲ୍ଲାର କ୍ରିଷ୍ଣା ଘାଟି ସେକ୍ଟରରେ ପାକିସ୍ତାନୀ ସେନା ପକ୍ଷରୁ ଗୁଳି ବର୍ଷା କରାଯାଇଛି । ଭାରତୀୟ ଯବାନମାନେ ମଧ୍ୟ ଏହାର କଡ଼ା ଜବାବ ଦେଇଛନ୍ତି । ପାକିସ୍ତାନର ବାରମ୍ବାର ଅସ୍ତ୍ରବିରତି ଉଲଂଘନ ପରେ ଭାରତର ବିଭିନ୍ନ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ଓଡ଼ିଶାର ପାରାଦୀପ ବନ୍ଦରରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ପାରାଦୀପ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି ।
ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲଂଘନ; କ୍ରିଷ୍ଣା ଘାଟିରେ ଗୁଳି ବର୍ଷା
Popular Categories



