www.samajalive.in
Saturday, December 6, 2025
26.1 C
Bhubaneswar

ମିଶନ ଶକ୍ତି ରାଜ୍ୟ ଉପଦେଷ୍ଟାଙ୍କ ପଦ୍ମପୁର ଗସ୍ତ

ପଦ୍ମପୁର: ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ରାଜ୍ୟ ଉପଦେଷ୍ଟା ଡକ୍ଟର ଲୋପାମୁଦ୍ରା ବକ୍ସିପାତ୍ର ମଙ୍ଗଳବାର ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଗସ୍ତ କରିଛନ୍ତି। ପ୍ରଥମେ ତେମ୍ବାଗୁଡା ଗ୍ରାମପଞ୍ଚାୟତଠାରେ ମିଶନ ଶକ୍ତି ବିଭାଗ ତରଫରୁ ଡକ୍ଟର ବକ୍ସିପାତ୍ରଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହାପରେ ସ୍ଥାନୀୟ ପଂଚାୟତସ୍ତରୀୟ ମିଶନ ଶକ୍ତି ଗୃହରେ ସଂଜୀବନି ଉତ୍ପାଦକ ଗୋଷ୍ଠି ଦ୍ୱାରା ପ୍ରସ୍ତୁତ ହେଉଥିବା ଫିନାଇଲ, ନିମାଇଲ ପରିଦର୍ଶନ କରିବା ସହ ଏହି ସାମଗ୍ରୀର ବିକ୍ରୟ ବିଷୟରେ ସଂଘ ସଦସ୍ୟାମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଆଖୁସିଙ୍ଗ ଗ୍ରାମପଞ୍ଚାୟତଠାରେ ଶ୍ରୀ ସାଇ ଉତ୍ପାଦକ ଗୋଷ୍ଠି ଦ୍ୱାରା ପ୍ରସ୍ତୁତ ଅଗରବତୀ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିବା ସହ ଆଖୁସିଙ୍ଗ ପଞ୍ଚାୟତସ୍ତରୀୟ ମହାସଂଘ ସହ ଆଲୋଚନା କରିଥିଲେ।

ଏହାପରେ ପଦ୍ମପୁରର ସ୍ୱୟଂସିଦ୍ଧା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଥିବା ସିଲେଇ କେନ୍ଦ୍ର ଇତ୍ୟାଦି ବୁଲି ଦେଖିବା ସହ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଉନ୍ନତି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ କହିଥିଲେ। ଶେଷରେ ବ୍ଲକ ସଦଭାବନା ଗୃହରେ ବ୍ଲକ ଏବଂ ଗ୍ରାମପଂଚାୟତସ୍ତରୀୟ ମହାସଂଘ ଓ ଗୋଷ୍ଠୀ ସହାୟିକାମାନଙ୍କ ସହ ଆଲୋଚନା କରି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଆର୍ଥିକ ଏବଂ ସାମାଜିକ ଦିଗରେ ରାଜ୍ୟ ସରକାର ମିଶନ ଶକ୍ତି ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ। ଏହି ସମୟରେ ଜିଲ୍ଲା ଅତିରିକ୍ତ ଉନ୍ନୟନ ଅଧିକାରୀ ନରେନ୍ଦ୍ର କୁମାର ନାୟକ, ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ର, ମହିଳା ଓ ଶିଶୁ ବିକାଶ ବିଭାଗ ଅଧିକାରୀ ପ୍ରମିଳା ବେହେରା, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ପରିଚାଳକ ହେମନ୍ତ ବାଗ, ମିଶନ ଶକ୍ତି ବ୍ଲକ ସଂଯୋଜକ ସୁନିଲ ମିଶ୍ର, ବ୍ଲକ ପ୍ରକଳ୍ପ ପରିଚାଳକ ମୋନଜ ଗମାଙ୍ଗ, ବ୍ଲକସ୍ତରୀୟ ମହାସଂଘ ସଭାନେତ୍ରୀ ମମତା ପାଣିଗ୍ରାହୀ, ସମ୍ପାଦିକା ଡି. ତାରା, ବ୍ଲକ ପ୍ରକଳ୍ପ ସହାୟିକା ଜସ୍ମିତା ଗମାଙ୍ଗ, ଆଇ.ସି.ଡି.ଏସ.ର ସମସ୍ତ ମହିଳା ପରିଦର୍ଶିକା, ସମସ୍ତ ଗ୍ରାମପଂଚାୟତସ୍ତରୀୟ ମହାସଂଘର ସଭାନେତ୍ରୀ ଏବଂ ସମ୍ପାଦିକା, ବ୍ଲକ ଓ ପଂଚାୟତସ୍ତରୀୟ ମହାସଂଘର କାର୍ଯ୍ୟକାରୀ ସଦସ୍ୟା, ସମସ୍ତ ଗୋଷ୍ଠି ସହାୟିକା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories