ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ପଟିଆ ନିକଟସ୍ଥ ପଦ୍ମକେଶରୀପୁର ଗାଁରେ ପୁଣି ଗୋଷ୍ଠୀ ସଂଘର୍ଷ ହୋଇଛି ଏବଂ ଏହି ପଦ୍ମକେଶରୀପୁର ଗାଁରେ ୧୫ରୁ ଅଧିକ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ପଟିଆର କେଳା ସାହି ତଥା ପଦ୍ମକେଶରୀପୁର ଗାଁରେ ସୁଧ କାରବାରକୁ ନେଇ ଦୀର୍ଘଦିନ ଧରି ଉତ୍ତେଜନା ଲାଗି ରହିଥିଲା। ଛକାପଞ୍ଝା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାପରେ ପରଷ୍ପରକୁ ବୋତଲ, ବୋମା ଓ ପଥର ମାଡ଼ କରିଥିଲେ। ଏହି ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ମଞ୍ଚେଶ୍ବର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଲାଗି ରହିଥିବାରୁ ସେଠାରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।
Popular Categories



