www.samajalive.in
Tuesday, December 9, 2025
16.1 C
Bhubaneswar

୨୭୨ ଜଣଙ୍କୁ ଦିଆଯାଇଛି ପଦ୍ମ ପୁରସ୍କାର

ନୂଆଦିଲ୍ଲୀ : ୧୯୫୪ ମସିହାରୁ ଭାରତରେ ପଦ୍ମ ପୁରସ୍କାର ପ୍ରଦାନ ଆରମ୍ଭ ହେଇଥିଲା। ସେହି ଦିନଠାରୁ ଏପର୍ଯ୍ୟନ୍ତ ୨୭୨ ଜଣ ବିଦେଶୀ, ପ୍ରବାସୀ ଭାରତୀୟ ଓ ଭାରତୀୟ ବଂଶୋଦ୍ଭବମାନଙ୍କୁ ଏହି ପୁରସ୍କାର ଦିଆଯାଇଥିବା ସରକାର ସୂଚନା ଦେଇଛନ୍ତି।

ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି, ବର୍ଣ୍ଣ, ପେଶା, ପଦବୀ ଓ ସ୍ତ୍ରୀ ପୁରୁଷ ତାରତମ୍ୟ ବିନା ପଦ୍ମ ପୁରସ୍କାର ପାଇଁ ଏମାନଙ୍କୁ ବିବେଚନା କରାଯାଇଛି। ଡାକ୍ତର ଓ ବୈଜ୍ଞାନିକମାନଙ୍କୁ ଛାଡ଼ି ଦେଲେ ସରକାରୀ ଚାକିରିଆ ଓ ରାଷ୍ଟ୍ରାୟତ ଉଦ୍ୟୋଗରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ପଦ୍ମ ପୁରସ୍କାର ପାଇଁ ବିବେଚନା କରାଯାଇ ନ ଥାଏ। ସେ କହିଛନ୍ତି, ନିଜ ତରଫରୁ ପଠାଯାଇଥିବା ମନୋନୟନ ପତ୍ର ଓ ସୁପାରିଶ ସମେତ ସବୁ ମନୋନୟନପତ୍ର ଗୁଡ଼ିକୁ ବିବେଚନା ପାଇଁ ପଦ୍ମ ପୁରସ୍କାର କମିଟି ନିକଟରେ ଉପସ୍ଥାପନ କରାଯାଇଥାଏ। ଏହି କମିଟି ବିଶିଷ୍ଟ ସାର୍ବଜନୀନ ସେବା କ୍ଷେତ୍ରରେ ଆଜୀବନ
ଅବଦାନ ପାଇଁ ପଦ୍ମ ପୁରସ୍କାର ଚୟନ କରିଥାନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories