www.samajalive.in
Tuesday, December 9, 2025
17.1 C
Bhubaneswar

ଏରସମାରେ ନବନିର୍ମାଣ କୃଷକ ସଙ୍ଗଠନର ସାଙ୍ଗଠନିକ ବୈଠକ

ଏରସମା : ରାଜ୍ୟ ନବନିର୍ମାଣ କୃଷକ ସଂଗଠନ ତରଫରୁ ଚାଷୀମାନଙ୍କୁ ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ୍ ଆଦି ଦାବିରେ ସମଗ୍ର ରାଜ୍ୟରେ ଆନ୍ଦୋଳନ ଚଳାଇଥିବା ସଂଗଠନ ନବନିର୍ମାଣ କୃଷକ ସଙ୍ଗଠନ ମଙ୍ଗଳବାର ଏରସମା ବ୍ଲକର ଜପା ପଞ୍ଚାୟତର ଇରିବିଣା ଗାଦିବ୍ରହ୍ମଙ୍କ ପୀଠରେ କରୁଣାକର ମଲ୍ଲଙ୍କ ଅଧ୍ୟକ୍ଷତାରେ କୃଷକ ସଂଗଠନର ବୈଠକ ଅନୁଷ୍ଠିତ ହୋଇଯାଇଛି । ସାରା ରାଜ୍ୟକୁ ଦାନା ଯୋଗାଉଥିବା କୃଷକ ସମାଜ ଆଜିର ସମାଜରେ ଅବହେଳିତ । କୃଷକଙ୍କୁ ଭିକାରୀ ସଜାଇବା ପକ୍ରିୟା ବନ୍ଦ କରି କୃଷକଙ୍କ ଉତତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପ୍ରଦାନ କରିବା , କୃଷକଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ଦେବା ଓ ବୟବୃଦ୍ଧ କୃଷକମାନଙ୍କୁ ପେନସନ୍ ଦେବା ଆଦି ଦାବି କରି ଆସୁଥିବା ନବନିର୍ମାଣ କୃଷକ ସଙ୍ଗଠନ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଗଜା ମରୁଡି ପାଇଁ ଉଦବେଗ ପ୍ରକାଶ ପାଇଥିଲା । ଏରସମା ବ୍ଲକରେ ଜଳ ସେଚନ ଓ ଜଳ ନିଷ୍କାସନର ସୁବ୍ୟବସ୍ଥା କରିବା ସହିତ ସାମ୍ପ୍ରତିକ ମରୁଡି ପରିସ୍ଥିତିରେ ଉପଯୁକ୍ତ ପଦକ୍ଷେପ ନେବାକୁ ବୈଠକରେ ଆଲୋଚନା କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ରଶ୍ମୀ ରଞ୍ଜନ ସ୍ୱାଇଁ, ପ୍ରସନ୍ନ କୁମାର କୁଅଁର, ଜିଲ୍ଲା ସଂଯୋଜକ ଦୁର୍ଗା ଚରଣ ସ୍ୱାଇଁ, ଜିଲା କାର୍ୟ୍ୟକାରିଣୀ ସଦସ୍ୟ ବାବାଜୀ ଚରଣ ଜେନା, ଏରସମା ବ୍ଲକ ସଂଯୋଜକ ଅମୂଲ୍ୟ ମହାନ୍ତି, କୁଜଙ୍ଗ ବ୍ଲକ ସଂଯୋଜକ ବିଷ୍ଣୁ ଚରଣ ସ୍ୱାଇଁ, ଯୁବଛାତ୍ର ସଂଗଠକ ଦେବଦତ ସାହୁ, ବିଚିତ୍ରା ନନ୍ଦ ସ୍ୱାଇଁ, ଭରତ ଚନ୍ଦ୍ର ଗୁରୁ, ଗଜେନ୍ଦ୍ର ବେହେରା,ଧ୍ରୁବ ଚରଣ ସ୍ୱାଇଁ,ବିଜୟ କେତନ ବେହେରା, କୈଳାସ ସ୍ୱାଇଁ ପ୍ରମୁଖଙ୍କ ସହିତ ବହୁ ସଂଖ୍ୟାରେ ଚାଷୀ ଏହି କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories