www.samajalive.in
Monday, December 8, 2025
13.1 C
Bhubaneswar

ଅପରାଜିତା ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍ଗ ବ୍ୟକ୍ତିଗତ ସହାୟକ ଧନେଶ୍ଵର ବାରିକଙ୍କୁ ଗିରଫ କରିଛି ପୁଲିସ। ଅପରାଜିତାଙ୍କ ସମ୍ପର୍କରେ ‘ନିଖୋଜ’ ପୋଷ୍ଟର ମରାଯିବା ସମୟରେ ଘଟିଥିବା ଗଣ୍ଡଗୋଳ ମାମଲାରେ ଲକ୍ଷ୍ମୀସାଗର ପୁଲିସ ଧନେଶ୍ଵରଙ୍କ ସମେତ ଜ୍ୟୋତିରଞ୍ଜନ ପଣ୍ଡା ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ଗତ ବୁଧବାର ବିଳମ୍ୱିତ ରାତିରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ କିଛି ବ୍ୟକ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଖୋଜ ଥିବା ନେଇ ‘ପୋଷ୍ଟର ମାରୁଥିଲେ। ଏ ସମ୍ପର୍କରେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଧନେଶ୍ୱର ଓ ଜ୍ୟୋତିରଞ୍ଜନ ଖବର ପାଇ ସେଠାରେ ପହଞ୍ଚିଥିଲେ। ଧନେଶ୍ଵର ଏବଂ ଜ୍ୟୋତିରଞ୍ଜନ ସେମାନଙ୍କୁ ବିରୋଧ କରିବାରୁ ଦୁଇ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା।

- Advertisement -

ପୋଷ୍ଟର ଲଗାଉଥିବା ବ୍ୟକ୍ତିମାନେ ବିଜେଡ଼ି ସମର୍ଥକ ବୋଲି କୁହାଯାଉଛି। ତେବେ ଘଟଣା ସମୟରେ ସେମାନେ ଧନେଶ୍ଵରଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଧନେଶ୍ୱରଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିଆଯାଇଥିଲା। ତେବେ ଗୁରୁବାର ପୁଲିସ ଧନେଶ୍ଵରଙ୍କୁ ଗିରଫ କରିଛି।

Hot this week

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

Related Articles

Popular Categories