www.samajalive.in
Saturday, December 6, 2025
26.1 C
Bhubaneswar

କୋଇଲାରୁ ତିଆରି ହେବ ଅଳଙ୍କାର ଏବଂ ସାଜସଜା ସାମଗ୍ରୀ

ଧାନବାଦ: କୋଇଲା ମୁଖ୍ୟତଃ ତାପଜ ଶକ୍ତି ପ୍ରକଳ୍ପ ଏବଂ ଇସ୍ପାତ କାରଖାନାଗୁଡିକରେ ବ୍ୟବହାର କରାଯାଉଥିବାବେଳେ ପରିବେଶ ପ୍ରଦୂଷଣ ପାଇଁ ଏହା ମୁଖ୍ୟତଃ ଦାୟୀ ବୋଲି କୁହାଯାଉଛି । ସେଥିପାଇଁ ଅଧିକାଂଶ ରାଷ୍ଟ୍ରରେ କୋଇଲା ଚାଳିତ ଶକ୍ତି ପ୍ରକଳ୍ପଗୁଡିକୁ ବନ୍ଦ କରିବାକୁ ଚାପ ପଡୁଥିବାବେଳେ ବୈଜ୍ଞାନିକମାନେ ସଂପ୍ରତି କୋଇଲାକୁ ନେଇ ଅଳଙ୍କାର ତିଆରି କରିବା ଏବଂ ଘର ସଜାଇବା ସାମଗ୍ରୀ ତିଆରି କରିବାର କୌଶଳ ବିକଶିତ କରିଛନ୍ତି । କୋଇଲା ବା ବ୍ଲାକ କାର୍ବନରୁ ପ୍ରସ୍ତୁତ ଏହି ଅଳଙ୍କାର ଏବଂ ସାଜସଜା ସାମଗ୍ରୀ ମୂଲ୍ୟବାନ ହୋଇଥିବାବେଳେ ସେଗୁଡିକ ହାଲୁକା ଅଥଚ ନିଦା ଓ ଦୀର୍ଘସ୍ଥାୟୀ । ସିଆଇଏମଏଫଆର-ଧାନବାଦ ପକ୍ଷରୁ ଏହି କୌଶଳ ବିକଶିତ କରାଯାଇଥିବା ଜଣାଯାଇଛି । ଖୁବଶୀଘ୍ର କୋଇଲାରୁ ପ୍ରସ୍ତୁତ ଏଭଳି ସାମଗ୍ରୀ ସିଆଇଏମଏଫଆର ଇ ପୋର୍ଟାଲ ଗ୍ରାମୀଣ ବଜାରରେ ଉପଲବ୍ଧ ହେବ ।
ଜଣାଯାଇଛି ଯେ ଧାନବାଦସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ମାଇନିଂ ଆଣ୍ଡ ଫୁଏଲ ରିସର୍ଚ୍ଚ (ସିଆଇଏମଏଫଆର) ପକ୍ଷରୁ କୋଇଲାକୁ ନେଇ ଦୀର୍ଘଦିନ ଧରି ଗବେଷଣା ଚାଲିଥିଲା । ଏବେ ଏଥିରୁ ହାର, କାନ ରିଂ ଏବଂ ଅନ୍ୟାନ୍ୟ ଅଳଙ୍କାର ସହିତ ସାଜସଜା ସାମଗ୍ରୀ ମଧ୍ୟ ତିଆରି କରାଯାଇପାରୁଛି । ସିଆଇଏମଏଫଆର ନିର୍ଦ୍ଦେଶକ ଡଃ.ପ୍ରଦୀପ କୁମାର ସିଂ କହିଛନ୍ତି, କୋଇଲାର ବର୍ଜ୍ୟ ଅଂଶକୁ ବ୍ୟବହାର କରାଯାଇ ଏହିସବୁ ସାମଗ୍ରୀ ପ୍ରସ୍ତୁତ କରାଯାଉଛି, ଯାହା ସ୍ଥାନୀୟ ସମ୍ପଦକୁ ମୂଲ୍ୟଯୁକ୍ତ କରୁଛି । ସୂଚନାଯୋଗ୍ୟ ଯେ ଧାନବାଦ ଅଞ୍ଚଳରେ କୋଇଲା ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉଛି । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଅଳଙ୍କାର ତିଆରି କରାଯିବା ପରେ ୧ ଗ୍ରାମ କୋଇଲା ମୂଲ୍ୟ ୫୦୦ ଟଙ୍କା ହେବ ଏବଂ ଏହା କୋଇଲା ଖଣି ନିକଟରେ ବାସ କରୁଥିବା ପରିବାରଗୁଡିକର ମହିଳାମାନଙ୍କର ଅର୍ଥନୈତିକ ବିକାଷର ସହାୟକ ହୋଇପାରିବ ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories