www.samajalive.in
Saturday, December 6, 2025
26.1 C
Bhubaneswar

ରାହୁଲଙ୍କ ସର୍ବନିମ୍ନ ଆୟ ପ୍ରସଙ୍ଗରେ ଏକତ୍ରିତ ହେବେ ବିରୋଧୀ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦେଶର ପ୍ରମୁଖ ଆଞ୍ଚଳିକ ଦଳଗୁଡ଼ିକ ମୋଦୀଙ୍କ ଇକୋନୋମିକ ମାଷ୍ଟର ପ୍ଲାନ୍‍କୁ ମାତ୍‍ ଦେବାକୁ ମେଣ୍ଟ କରି ସଂଯୁକ୍ତ ଆର୍ଥିକ ଯୋଜନା ପ୍ରସ୍ତୁତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଗୋଟିଏ ପଟେ ଆଗାମୀ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପୁରା ବିପକ୍ଷ ଏକତ୍ରିତ ହେବାର ସମ୍ଭାବନା ସ୍ପଷ୍ଟ ହୋଇଛି।
ଆନ୍ଧ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ଟିଡିପି ନେତା ଚନ୍ଦ୍ରବାବୁ ନାଇଡ଼ୁ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ପ୍ରମୁଖ ବିପକ୍ଷ ଦଳ କଂଗ୍ରେସର ସର୍ବନିମ୍ନ ଆୟ କାର୍ଯ୍ୟକ୍ରମରେ ବିରୋଧୀ ମେଣ୍ଟ ଏକତ୍ରିତ ହେବାର ସମ୍ଭାବନାକୁ ନେଇ ଆଶାପ୍ରକାଶ କରିଛନ୍ତି। ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ପ୍ରସଙ୍ଗ ପ୍ରସ୍ତୁତ କରିବା ପାଇଁ ଚନ୍ଦ୍ରବାବୁଙ୍କୁ ଦାୟିତ୍ୱ ଦିଆଯାଇଛି। ଗତ ମାସ ମମତାଙ୍କ ଡାକରାରେ ପଶ୍ଚିମବଙ୍ଗରେ ୨୩ଟି ଆଞ୍ଚଳିକ ଦଳ ଏକତ୍ରିତ ହୋଇଥିଲେ। ଗରିବ ହଟାଓ, କୃଷି, ରୋଜଗାର ଓ ପ୍ରତି ପରିବାରକୁ ସର୍ବନିମ୍ନ ଆୟ କାର୍ଯ୍ୟକ୍ରମ ଆଗାମୀ ଦିନରେ ଆଞ୍ଚଳିକ ଦଳୀୟ ମେଣ୍ଟର ନିର୍ବାଚନୀ ପ୍ରସଙ୍ଗ ହୋଇପାରେ।
ମୋଦୀଙ୍କ ୫ବର୍ଷର ଅର୍ଥନୀତିର ଜବାବରେ ସମସ୍ତ ଆଞ୍ଚଳିକ ଦଳ ମଧ୍ୟରେ ସହମତି ରକ୍ଷା କରିବା ଉଦ୍ଦେଶ୍ୟରେ ଏକାଧିକ ରାଜନୈତିକ ଦଳ କାର୍ଯ୍ୟ କରୁଛନ୍ତି। ଅପରପକ୍ଷରେ ଚନ୍ଦ୍ରବାବୁ ନାଇଡ଼ୁ ସାକ୍ଷାତକାରରେ କୃଷକଙ୍କ ସମସ୍ୟା ଏକ ଗମ୍ଭୀର ସମସ୍ୟା ବୋଲି ମତବ୍ୟକ୍ତ କରିଛନ୍ତି। ସେହିପରି ବେରୋଜଗାରୀ ଦେଶର ସବୁଠାରୁ ବଡ଼ ସମସ୍ୟା। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ଯେକୌଣସି ସରକାର ଆସନ୍ତୁ ନା’ କାହିଁକି ଅର୍ଥବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ପଡ଼ିବ।
କିଛି ଦିନ ପୂର୍ବେ ଇଣ୍ଡିଆ ଟୁଡ଼େର ଏକ ସର୍ବେକ୍ଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ବେରୋଜଗାରୀ, କୃଷି, ଅର୍ଥବ୍ୟବସ୍ଥା ଭିତ୍ତିରେ ସର୍ବନିମ୍ନ ସ୍ତରରେ ପହଞ୍ôଚଛି। ଫଳରେ ବର୍ତ୍ତମାନ ସରକାରରେ ଥିବା ରାଜନୈତିକ ଦଳଗୁଡ଼ିକ ଆଗାମୀ ନିର୍ବାଚନରେ ପରାଜିତ ହେବା ସହ ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ମେଣ୍ଟ ସରକାର ଗଠନର ସର୍ବାଧିକ ସମ୍ଭାବନା ରହିଛି। ଅବଶ୍ୟ ବିପକ୍ଷ ଦଳରେ ନେତା ଚୟନକୁ ନେଇ ଅଦ୍ୟାବଧି କୌଣସି ସହମତି ପ୍ରକାଶ ପାଇ ନାହିଁ। ନିର୍ବାଚନ ପରିଣାମ ପରେ ବିଜୟୀ ପ୍ରାର୍ଥୀଙ୍କ ସଂଖ୍ୟା ଅନୁପାତରେ ରାଜନୈତିକ ଦଳକୁ ନେତୃତ୍ୱ ମିଳିବାର ସମ୍ଭାବନାକୁ ନେଇ ବିଚାର କରାଯାଇ ପାରେ। ତେବେ ଏହା ନିର୍ବାଚନ ପରେ ମଧ୍ୟ ଆପୋଷ ବୁଝାମଣା ଦ୍ୱାରା ସମ୍ପାଦିତ କରାଯାଇ ପାରିବ। ମେଣ୍ଟର ମୂଳ ପ୍ରସଙ୍ଗ ନିର୍ବାଚନରେ ସର୍ବାଧିକ ଆସନ ଅଧିକାର କରିବ ବୋଲି ଚନ୍ଦ୍ରବାବୁ ଗୁରୁତ୍ୱାରୋପ କରିଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଆନ୍ଧ୍ରପଦେଶର ମୁଖ୍ୟମନ୍ତ୍ରୀ ରାଜ୍ୟରେ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ପାଇଁ ମାଇକ୍ରୋସଫ୍ଟ ପରି କମ୍ପାନୀକୁ ରାଜ୍ୟରେ ବିନିଯୋଗ କରିବା ପାଇଁ ରାଜି କରିଛନ୍ତି। ନାଇଡ଼ୁଙ୍କ ଟିଡିପି ସାଂସଦଙ୍କ ସଂଖ୍ୟା ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ଏକ ବଡ଼ ଅଙ୍କର ସଂଖ୍ୟା ପ୍ରମାଣିତ ହେବାର ସମ୍ଭାବନା ରହିଛି। ଏହି ଆଞ୍ଚଳିକ ଦଳ ୨୦୧୮ ପର୍ଯ୍ୟନ୍ତ ଏନଡିଏରେ ସାମିଲ ଥିଲେ ମଧ୍ୟ ଆନ୍ଧ୍ରକୁ ସ୍ୱତନ୍ତ୍ର ପ୍ୟାକେଜ ଦାବି ନେଇ ପରବର୍ତ୍ତୀ ସମୟରେ ସେ ସରକାରରୁ ବାହାରି ଯାଇଥିଲେ।
ଏହି ଘଟଣା ପରେ ଚନ୍ଦ୍ରବାବୁ କେନ୍ଦ୍ର ସରକାରରେ ଥିବା ମୋଦୀ ସରକାରଙ୍କୁ ହରାଇବା ପାଇଁ ପ୍ରମୁଖ ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ବ୍ୟାପକ ଉଦ୍ୟମ ଜାରି ରଖିଛନ୍ତି। ନାଇଡ଼ୁଙ୍କ ମତରେ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଅନ୍ୟ ଯେକୌଣସି ନେତା ଦେଶ ପାଇଁ ଶୁଭଙ୍କର, କାରଣ ମୋଦୀ କାହାରି କଥା ଶୁଣନ୍ତି ନାହିଁ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories