www.samajalive.in
Tuesday, December 9, 2025
16.1 C
Bhubaneswar

ଅପରେସନ୍‍ ପରୀ-୨ : କ୍ରାଇମ୍‍ବ୍ରାଞ୍ଚ ଉଦ୍ଧାର କଲା ୨୨୮୧ ଶିଶୁ

ଭୁବନେଶ୍ୱର  : ରାଜ୍ୟରୁ ନିଖୋଜ ହୋଇଥିବା ଶିଶୁଙ୍କୁ ଉଦ୍ଧାର କରିବା ଲାଗି କ୍ରାଇମ୍‍ବ୍ରାଞ୍ଚ ପକ୍ଷରୁ ଚଳିତମାସରେ ଆରମ୍ଭ ହୋଇଥିବା ଅପରେସନ୍‍ ପରୀ-୨ ଅଭିଯାନରେ ଏପର୍ଯ୍ୟନ୍ତ ୨୨୮୧ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ରାଜ୍ୟ ବାହାରୁ ୯୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ରାଜ୍ୟ ବାହାରୁ ଉଦ୍ଧାର ହୋଇଥିବା ଶିଶୁଙ୍କ ମଧ୍ୟରୁ ୪୯ ଜଣ ବୁଧବାର ଓଡ଼ିଶାରେ ପହଞ୍ଚିଛନ୍ତି। ତେଲେଙ୍ଗାନାରୁ ଉଦ୍ଧାର ହୋଇଥିବା ଏହି ଶିଶୁଙ୍କୁ ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ରାଜଧାନୀରେ ସ୍ୱାଗତ କରିଛନ୍ତି। ଉଦ୍ଧାର ହୋଇଥିବା କୁନିକୁନି ପିଲାମାନଙ୍କ ମଧ୍ୟରୁ କେତେକ ରାଜମୁନ୍ଦ୍ରୀର ଏକ ସେଲ୍‍ଟର ହୋମରେ ରହି ପଢ଼ୁଥିଲେ। ତେବେ ଉକ୍ତ ବିଦ୍ୟାଳୟରେ ତେଲୁଗୁ ପଢ଼ାଯାଉଥିବାରୁ ଏହି କୁନିକୁନି ପିଲାମାନେ ସେଠାରେ କିଛି ବୁଝି ପାରୁ ନ ଥିଲେ। ତେବେ ଏହି ପିଲାମାନେ ସେଠାକୁ କେମିତି ଗଲେ ସେନେଇ ପୁଲିସ ଓ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗର ଅଧିକାରୀମାନେ ଖୋଳତାଡ କରୁଛନ୍ତି। ସେମାନଙ୍କ ଜନ୍ମମାଟିକୁ ଫେରି ଆସିଥିବାରୁ କିପରି ସେମାନଙ୍କୁ ଥଇଥାନ କରାଯିବ ତାହା ମୁଖ୍ୟ ବିଷୟ ହୋଇଛି ବୋଲି ମହାନିର୍ଦେଶକ ଡାକ୍ତର ଶର୍ମା କହିଛନ୍ତି। ଉଦ୍ଧାର ହୋଇଥିବା ଏହି ଶିଶୁ ଗଜପତି, ଗଞ୍ଜାମ ଓ ବାଲେଶ୍ୱର ଜିଲାର ଥିବା ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories