www.samajalive.in
Sunday, December 7, 2025
16.1 C
Bhubaneswar

ଡିସେମ୍ବର ୨୨ରେ ବାରବାଟୀ ଦିନିକିଆ, ୫ରୁ ଅନ୍‌ଲାଇନ ଟିକେଟ ବିକ୍ରି

କଟକ: ଆସନ୍ତା ଡିସେମ୍ବର ୨୨ରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ। ଏଥିପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ମ୍ୟାଚ୍‌ କିପରି ଶାନ୍ତିଶୃଙ୍ଖଳାରେ ଶେଷ ହେବ ତାହା ଉପରେ ପୁଲିସ ଅଧିକ ଗୁରୁତ୍ଵ ଦେଇଛି। ବାରବାଟୀରେ ପ୍ରବଳ ବିଶୃଙ୍ଖଳା ଯୋଗୁ ମ୍ୟାଚ ବାତିଲ ହେବା ପରେ ପ୍ରଥମ ଥର ଲାଗି ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହା ପୁଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି।

ସୂଚନା ମୁତାବକ, ଚଳିତ ଥର ମ୍ୟାଚ ପାଇଁ ପ୍ରାୟ ୪୦ ହଜାର ଟିକେଟ ବିକ୍ରି ହେବାର ସମ୍ଭାବନା ରହିଛି। ଡିସେମ୍ବର ୫ରୁ ଅନ୍‌ଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ। ଡିସେମ୍ବର ୧୯ରୁ ଅଫଲାଇନରେ ଟିକେଟ ବିକ୍ରି ହେବ। ଟିକେଟ କାଉଣ୍ଟରରେ ଭିଡ଼ ଏଡାଇବା ଲାଗି ଅଧିକ କାଉଣ୍ଟର ଖୋଲାଯିବ। ଟିକେଟର ଯେପରି କେହି ନକଲ କରି ନ ପାରିବେ ସେଥିଲାଗି ଅର୍ଥାତ ଜାଲ ଟିକେଟ ବିକ୍ରି ରୋକିବାକୁ ଏହା ଉପରେ କଟକ ଡିସିପିଙ୍କ ଦସ୍ତଖତ ରହିବ। ପାଣି, ଟଏଲେଟ ଏବଂ ଡଷ୍ଟବିନକୁ ନେଇ ଯେପରି କୌଣସି ସମସ୍ୟା ନ ଉପୁଜେ ସେଥିଲାଗି ମଧ୍ୟ ପଦକ୍ଷେପ ନିଆଯିବ। ଖାଦ୍ୟ ଦର ଉପରେ ମଧ୍ୟ କିପରି ନିୟନ୍ତ୍ରଣ ରହିବ ସେନେଇ ଧ୍ୟାନ ଦିଆଯିବ। ନିରାପତ୍ତା ଦାୟିତ୍ଵରେ ଭୁବନେଶ୍ଵର ଡିସିପି, ଷ୍ଟାଡିୟମ ଶୃଙ୍ଖଳା ଦାୟିତ୍ଵରେ କଟକ ଡିସିପି ଏବଂ ଟ୍ରାଫିକ ଦାୟିତ୍ଵରେ ଟ୍ରାଫିକ ଡିସିପି ରହିବେ ବୋଲି ସୂଚନା ଦିଆଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories