www.samajalive.in
Sunday, December 7, 2025
15.1 C
Bhubaneswar

ଗଞ୍ଜେଇ ବ୍ୟବସାୟକୁ ନେଇ ଯୁବକକୁ ହତ୍ୟା!

ସାନଖେମୁଣ୍ଡି/ଦିଗପହଣ୍ଡି :  ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ୩୨୬ ନଂ ଜାତୀୟ ରାଜପଥ ବ୍ରହ୍ମପୁର-ରାୟଗଡ଼ା ମୁଖ୍ୟରାସ୍ତା ପୋଡାମାରୀରୁ ରବିବାର ସକାଳୁ ରଞ୍ଜିତ କୁମାର ଗୌଡ଼(୨୨) ନାମକ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଜଣାପଡିନଥିଲେ ସୁଦ୍ଧା ପରିବାର ଲୋକ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଗଞ୍ଜେଇ କାରବାରକୁ ନେଇ ରଞ୍ଜିତଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା ପ୍ରକାଶ ପାଇଛି।
ସାନଖେମୁଣ୍ଡି ବ୍ଲକ ପଟିଗୁଡା ଗ୍ରାମର ରଞ୍ଜିତ ଶନିବାର ରାତିରେ କୈାଣସି କାମରେ ନିଜ ବାଇକ ନେଇ ଘରୁ ବାହାରକୁ ଯାଇଥିଲେ। ବିଳମ୍ବିତ ରାତି ସୁଦ୍ଧା ରଞ୍ଜିତ ଘରକୁ ଫେରିନଥିଲେ। ତେବେ ରାତି ପ୍ରାୟ ୨ ଟା ସମୟରେ ରଞ୍ଜିତଙ୍କ ବାଇକ ଦୁର୍ଘଟଣା ହୋଇଛି ଏବଂ ପୋଡାମାରୀ ମୁଖ୍ୟ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ପଡ଼ିଥିବା ବୋଲି ପରିବାରବର୍ଗକୁ ସୂଚନା ଦିଆଯାଇଥିଲା। ଖବରପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ରଞ୍ଜିତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା ଉପରେ ପଡିରହିଥିବାବେଳେ ନିକଟରେ ତାଙ୍କ ବାଇକ୍ ରହିଥିଲା। ରଞ୍ଜିତଙ୍କ ପରିବାର ଲୋକ ପାଟପୁର ଥାନାକୁ ଖବର ଦେବା ପରେ ପାଟପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ରଞ୍ଜିତଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପାଟପୁର ପୁଲିସ ମୃତଦେହ ଜବତ କରିବା ସହ କେଶ୍ ନଂ ୧୧​ରେ ଏକ ଦୁର୍ଘଟଣା ମାମଲା ରୁଜୁ କରିଥିିବା ସୂଚନା ମିଳିଛି। ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁରକୁ ପଠାଯାଇଛି। ଶବ ବ୍ୟବବେଚ୍ଛଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ ଘଟଣା ଜଣାପଡିବ ବୋଲି ପୁଲିସ କହିଛି। ତେବେ ରଞ୍ଜିତଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଛି। ଏହା ଦୁର୍ଘଟଣାଜନିତ ମୃତ୍ୟୁ ନୁହେଁ ବୋଲି ପରିବାରବର୍ଗ କହିବା ସହିତ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହିଛନ୍ତି। ପୂର୍ବରୁ ଯୁବକ ଜଣକ ଗଞ୍ଜେଇ ବ୍ୟବସାୟ କରୁଥିବା କୁହାଯାଉଥିବାରୁ ଗ​ଞ୍ଜେଇ କାରବାରକୁ ନେଇ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories