www.samajalive.in
Monday, December 8, 2025
14.1 C
Bhubaneswar

୨୦୨୦ରୁ ’ଏକ ରାଷ୍ଟ୍ର-ଏକ ରାସନ କାର୍ଡ’

ନୂଆଦିଲ୍ଲୀ : ୨୦୨୦ ଜୁନ ୩୦ ସୁଦ୍ଧା ସାରା ଦେଶରେ ଲାଗୁହେବ ’ଏକ ରାଷ୍ଟ୍ର-ଏକ ରାସନ କାର୍ଡ’ ବ୍ୟବସ୍ଥା । ଏହାକୁ ଲାଗୁ କରିବା ଲାଗି ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି । ଏହି ବ୍ୟବସ୍ଥା ଅଧୀନରେ ହିତାଧିକାରୀମାନେ ଗୋଟିଏ ରାସନ କାର୍ଡ ସହାୟତାରେ ଦେଶର ଯେକୌଣସି ସ୍ଥାନରେ ରିହାତି ମୂଲ୍ୟରେ ଖାଦ୍ୟସାମଗ୍ରୀ କ୍ରୟ କରିପାରିବେ। ଏ ସମ୍ବନ୍ଧରେ ସୂଚନା ଦେଇ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଳାସ ପାଶ୍ବାନ କହିଛନ୍ତି ଯେ ୧୦ଟି ରାଜ୍ୟ ସାଧାରଣ ଖାଦ୍ୟ ବଣ୍ଟନ (ପିଡିଏସ) କ୍ରମେ ଏହି ସୁବିଧା ପ୍ରଦାନ କରୁଛନ୍ତି। ଏହି ରାଜ୍ୟଗୁଡିକ ହେଲା ଆନ୍ଧ୍ରପ୍ରଦେଶ, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ତେଲଙ୍ଗାନା ଏବଂ ତ୍ରିପୁରା। ୨୦୨୦ ଜୁନ ୩୦ ସୁଦ୍ଧା ଦେଶ​‌େ​‌ର ଏହାକୁ ଲାଗୁ କରିବା ନିମନ୍ତେ ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଚିଠି ଲେଖିଥିବା ସେ ସୂଚନା ଦେଇଛନ୍ତି। ଏଭଳି ନୂତନ ବ୍ୟବସ୍ଥା ଦ୍ବାରା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ବସବାସ କରୁଥିବା ଲୋକେ ଅନାହାରରେ ରହିବେ ନାହିଁ। ଏଥିସହ ଜାଲ ରାସନକାର୍ଡ ହିତାଧିକାରୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବ ବୋଲି ସେ ଦର୍ଶାଇଛନ୍ତି।
ଓଡ଼ିଶା ସମେତ, ପଞ୍ଜାବ, ତାମିଲନାଡୁ ଏବଂ ମଧ୍ୟପ୍ରଦେଶ ପ୍ରମୁଖ ୧୧ଟି ରାଜ୍ୟରେ ସମସ୍ତ ରାସନ ଦୋକାନରେ ପିଓଏସ୍‌ (ପଏଣ୍ଟ ଅଫ୍‌ ସେଲ) ମେସିନ ଲାଗିଥିବାରୁ ଏଗୁଡିକରେ ଏକ ରାଷ୍ଟ୍ର ଏକ ରାସନ କାର୍ଡ ସହଜରେ ଲାଗୁ କରାଯାଇପାରିବ ବୋଲି ସେ ଦର୍ଶାଇଛନ୍ତି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଦ୍ବିତୀୟ ଏନଡିଏ ସରକାରର ୧୦୦ ଦିନର କାର୍ଯ୍ୟସୂଚୀରେ ସ୍ଥାନ ପାଇଥିବା କାର୍ଯ୍ୟ ମଧ୍ୟରୁ ଅନ୍ୟତମ। ୨୦୧୬ ନଭେମ୍ବରଠାରୁ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିଛନ୍ତି। ଏହା ଅଧୀନରେ ପ୍ରତିମାସରେ ଉଚ୍ଚ ରିହାତି ଦରରେ ଦେଶର ୮୦ କୋଟି ଲୋକଙ୍କୁ ଖାଦ୍ୟସାମଗ୍ରୀ ଯୋଗାଇ ଦିଆଯାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories