ଭୁବନେଶ୍ବର: ରବି ଧାନ ବିକ୍ରି ପାଇଁ ପଞ୍ଜୀକରଣ ସମୟରେ ମିଥ୍ୟା ତଥ୍ୟ ଦେଇଥିବା ଅଭିଯୋଗରେ ଲକ୍ଷାଧିକ ଚାଷୀଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ନକଲି ଚାଷ ଜମି ପଞ୍ଜୀକୃତ ହୋଇଥିବା ନେଇ ଖାଦ୍ୟ ଓ ଯୋଗାଣ ବିଭାଗ ଅବଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ସମବାୟ ସମିତି ନିବନ୍ଧକଙ୍କୁ କହିଥିଲେ। ଏହି କ୍ରମରେ ସୋମବାର ସମବାୟ ବିଭାଗ ପକ୍ଷରୁ ସମବାୟ ସମିତି ଉପ ନିବନ୍ଧକଙ୍କୁ ପତ୍ର ଲେଖି କୁହାଯାଇଛି ଯେ ୨୦୨୪-୨୫ ରବି ଧାନ ବିକ୍ରି ପାଇଁ ୧,୮୧,୬୮୪ ଟି ଜମିରେ ଚାଷ ନ ହୋଇ ସୁଦ୍ଧା ପଞ୍ଜୀକରଣ କରାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ପଞ୍ଜୀକରଣ ସମୟରେ ସମ୍ପୃକ୍ତ ଚାଷୀମାନେ ମିଥ୍ୟା ତଥ୍ୟ ପ୍ରଦାନ କରିଥିଲେ। ଏପରି କାର୍ଯ୍ୟ ଆଇନତଃ ଦଣ୍ଡବିଧାନ ଯୋଗ୍ୟ। ତେଣୁ ସେମାନଙ୍କୁ ତୁରନ୍ତ କାରଣଦର୍ଶାଅ ନୋଟିସ ଜାରି କରାଯିବା ସହିତ ୭ ଦିନ ମଧ୍ୟରେ ଉପ-ନିବନ୍ଧକଙ୍କ ନିକଟରେ ଉତ୍ତର ରଖିବା ପାଇଁ କୁହାଯାଉ। ଅନ୍ୟଥା ସେମାନଙ୍କୁ ଆଗାମୀ ୧ ବର୍ଷ ପାଇଁ ଧାନ କ୍ରୟରୁ ବାଦ୍ ଦିଆଯିବ ବୋଲି କୁହାଯାଇଛି।
Popular Categories



