www.samajalive.in
Monday, December 8, 2025
17.1 C
Bhubaneswar

କର୍ମଚାରୀଙ୍କ ପ୍ରାପ୍ୟର ସୁବିଚାର କରିବା ଉପରେ ଓଡ଼ିଶା ଆଦିବାସୀ ଦଳିତ ସେନାର ଦାବୀ

ବୁର୍ଲା : ସମ୍ବଲପୁର ଜିଲ୍ଲା ଓଡ଼ିଶା ଆଦିବାସୀ ଦଳିତ ସେନାର ଉପସଭାପତି ଶ୍ରୀପତି ପ୍ରଧାନ ଯୋଗଦାନ କରି କର୍ମଚାରୀ ମାନଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ସଙ୍ଗଠନ ବାରମ୍ବାର ଦାବୀ କରି ଆସୁଛି। ଦାବୀ ହାସଲ ନିମନ୍ତେ ସଙ୍ଗଠନର ରାଜ୍ୟ ତଥା ଜିଲ୍ଲା ସ୍ତରୀୟ ନେତୃମଣ୍ଡଳିଙ୍କ ସହିତ ଆଲୋଚନା ଶେଷ ହୋଇ ଯାଇଛି। ଦାବୀପୁରଣ ପାଇଁ ଭିମସାର କର୍ତ୍ତୃପକ୍ଷ ଆସନ୍ତା ତା ୩୦-୬-୨୦୨୧ରିଖ ଦିନ ଏକ ବୈଠକର ଆୟୋଜନ କରିଛନ୍ତି। ସଙ୍ଗଠନ ମଧ୍ୟ ଉକ୍ତ ବୈଠକରେ ସାମିଲ ହୋଇ ଆଲୋଚନା କରିବ। ଦାବୀପୁରଣ ନିମନ୍ତେ ଉକ୍ତ ଦିନ ସୁବିଚାର ପୁର୍ବକ ପନ୍ଥା ଅବଲମ୍ବନ କରାଯିବା ପାଇଁ ଦାବୀ ଉପସ୍ଥାପିତ କରାଯିବ। ଶେଷରେ ଓଡ଼ିଶା ଆଦିବାସୀ ଦଳିତ ସେନାର ବୁର୍ଲା ନଗର ସଭାପତି ବୃନ୍ଦାବନ ବେହେରା ଧନ୍ୟବାଦରେ ସଭା ଶେଷ ହୋଇଥିଲା। ସଭାରେ ସୁରେନ୍ଦ୍ର ଛତ୍ରିଆ ସଞ୍ଜୟ ପାଲ, ଗୋଲୁ ଶର୍ମା, ପ୍ରଭାକର ସାହୁ, ନବୀନ ଶର୍ମା, ସୁର୍ଯ୍ୟ ମେହେର, ଦୀପକ ବାରିକ, ଲିଙ୍ଗରାଜ ମେହେର, ଲକ୍ଷ୍ମଣ ପଞ୍ଚବିହାର ପ୍ରମୁଖ ଉପସ୍ତିତ ରହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories