ମାହାଙ୍ଗା : ମାହାଙ୍ଗା ବ୍ଲକ ଅଂଚଳର ସର୍ବପୁରାତନ ଝଡ଼େଶ୍ୱରପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ବନ ମହୋତ୍ସବ ପାଳନ ସପ୍ତାହ ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଛି । ଏଥିରେ ଝଡ଼େଶ୍ୱରପୁର ସରପଞ୍ଚଙ୍କ ପ୍ରତିନିଧି ବିପିନ ବିହାରୀ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବନ ମହୋତ୍ସବ ପାଳନ ମୁଖ୍ୟ ଲକ୍ଷ ଉପରେ ପରାମର୍ଶ ଦେବାସହ ବିଦ୍ୟାଳୟ ପରିସରରେ ଆମ୍ଭ ନଡ଼ିଆ ପଣସ ସମେତ ବିଭିନ୍ନ ଚାରା ରୋପଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚୌରମାକାନ୍ତ ପ୍ରହରାଜଙ୍କ ପୌରୋଜିତ୍ୟରେ ଆୟୋଜିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ପୁରାତନ ଛାତ୍ର ସଂସଦ ସଭାପତି ପବିତ୍ର ମୋହନ ପ୍ରଧାନ, ପରିଚାଳନା କମିଟି ସଭାପତି ଭ୍ରମରବର ମହାନ୍ତି ଯୋଗ ଦେଇଥିଲେ । ଶିକ୍ଷକ ରମାକାନ୍ତ ଦାସ, ଶିକ୍ଷୟତ୍ରୀ ପଦ୍ମାଳୟା ରାଉତ, ସ୍ଵାଗତି ମିଶ୍ର ବିନୋଦିନୀ ପାଢ଼ୀ, ପଦ୍ମାଳୟା ସିଂ,, ପଵିତ୍ରମୋହନ ନାଥ, ଅକ୍ଷୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ ରେ ସହଯୋଗ କରିଥିଲେ।
ସର୍ବପୁରାତନ ଝଡ଼େଶ୍ୱରପୁର ଉଚ୍ଚ ବିଦ୍ୟାଳୟରେ ବନ ମାହୋତ୍ସବ
Popular Categories



