www.samajalive.in
Monday, December 8, 2025
24.1 C
Bhubaneswar

ବ୍ରିଟେନରେ ଦୈନିକ ରେକର୍ଡ ଭାଙ୍ଗିଲା କରୋନା

ବ୍ରିଟେନ: ବ୍ରିଟେନରେ କାୟା ମେଲାଉଛି କରୋନା। ଏଥର ଫିକା ପଡ଼ିପାରେ ନୂଆବର୍ଷ ଓ ଖ୍ରୀଷ୍ଟମାସ। ଗୋଟିଏ ଦିନରେ ଦେଶରେ ୭୮ ହଜାର ୬୧୦ ମାମଲା ଚିହ୍ନଟ ହୋଇଛନ୍ତି। ଯାହାକି ବ୍ରିଟେନର ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗିଛି। ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଏପର୍ୟ୍ୟନ୍ତ କୋଟିଏରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏଥିସହ ବ୍ରିଟେନରେ ନୂତନ କରୋନା ଭାରିଆଣ୍ଟ ଓମିକ୍ରନ୍ ବଢ଼ୁଥିବାରୁ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ସଂକ୍ରମଣର ତୀବ୍ର ତରଙ୍ଗ ବିଷୟରେ ଚେତାବନୀ ଦେଇଛନ୍ତି। ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ୧୦୦ରୁ ଅଧିକ ସାଂସଦ କରୋନା ମୁକାବିଲା ନେଇ ନିଜର ମତ ଦେଇଥିଲେ। ଦେଶରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ଚଳିତ ବର୍ଷ ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷରେ ଦେଶରେ ପାଳନ ନହୋଇପାରେ। କରୋନାକୁ ନେଇ ବ୍ରିଟେନର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ପାଇଁ ୟୁରୋପରେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ହେଲେ ଏହିପରି ଭାବରେ ସଂକ୍ରମଣ ବଢ଼ିଲେ ପଦକ୍ଷେପ ନିଆଯିବ। ଦେଶରେ କରୋନାକୁ ମାତ୍‍ ଦେବାକୁ ଟିକାକରଣ ଜୋରଦାର କରାଯାଉଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories