www.samajalive.in
Saturday, December 6, 2025
26.1 C
Bhubaneswar

ଦେଶରେ ଓମିକ୍ରନର ଆଉ ୩ ମାମଲା ; ପଶ୍ଚିମବଙ୍ଗରୁ ଜଣେ ଓ ହାଇଦ୍ରାବାଦରୁ ୨

ନୂଆଦିଲ୍ଲୀ : ଭାରତରେ ‘ଓମିକ୍ରନ୍’ ଭାରିଆଣ୍ଟରେ ସଂକ୍ରମିତ ରୋଗୀଙ୍କ  ସଂଖ୍ୟା ବୃଦ୍ଧି ପାଉଛି। ପଶ୍ଚିମବଙ୍ଗର ଜଣେ ସାତ ବର୍ଷର ବାଳକ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏହା ଓମିକ୍ରନର ପ୍ରଥମ ମାମଲା ।
ଦେଶରେ ଓମିକ୍ରନ୍ ଭାରିଆଣ୍ଟର ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ସୂଚନା ଅନୁଯାୟୀ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଦୁଇଟି ନୂତନ ଓମିକ୍ରନ୍ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି। ଏବେ ସୁଦ୍ଧା ଦେଶରେ ମୋଟ ୯ ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୬୩କୁ ବୃଦ୍ଧି ପାଇଛି। ତେଲେଙ୍ଗାନା ସରକାରଙ୍କ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଶ୍ରୀନିବାସ ରାଓ କହିଛନ୍ତି ଯେ ସଂକ୍ରମିତଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ମହିଳା ଅଛନ୍ତି। ପୁରୁଷ ଜଣକ ସୋମାଲିୟାର ହୋଇଥିବାବେଳେ ମହିଳା କେନିଆର ବାସିନ୍ଦା। ଉଭୟ ସଂକ୍ରମିତ ଲୋକଙ୍କୁ ଟ୍ରାକିଂ କରାଯାଉଛି।
ମହାରାଷ୍ଟ୍ର ହେଉଛି ସର୍ବାଧିକ ପ୍ରଭାବିତ ରାଜ୍ୟ ଯେଉଁଠାରେ ଏପର୍ୟ୍ୟନ୍ତ ମୋଟ ୨୮ ଟି ଓମିକ୍ରନ ସଂକ୍ରମିତ ମାମଲା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ରାଜସ୍ଥାନ ୯ ଟି ମାମଲା ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ଏହା ବ୍ୟତୀତ ଗୁଜୁରାଟ (୪), କର୍ଣ୍ଣାଟକ (୩), କେରଳ (୧), ତେଲେଙ୍ଗାନା (୨) ଆନ୍ଧ୍ରପ୍ରଦେଶ (୧) ଏବଂ ଦିଲ୍ଲୀ (୬) ରେ ମାମଲା ରହିଛି।

 

- Advertisement -

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories