www.samajalive.in
Tuesday, December 9, 2025
16.1 C
Bhubaneswar

ଟୋକିଓରେ ପହଞ୍ଚିଲା ଅଲିମ୍ପିକ୍‌ସ ଶିଖା

ଟୋକିଓ : ଶୁକ୍ରବାର ଟୋକିଓରେ ପହଞ୍ଚିଛି ଅଲିମ୍ପିକ୍‌ସ ଶିଖା। କରୋନା ଭୂତାଣୁ ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଲିମ୍ପିକ୍‌ସ ଶିଖାକୁ ସ୍ବାଗତ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କୁ ବାରଣ କରାଯାଇଥିଲା।
ଶୁକ୍ରବାର ସକାଳେ ଅଲିମ୍ପିକ୍‌ସ ଶିଖା ଟୋକିଓରେ ପହଞ୍ଚିବା ପରେ ତାହାକୁ ଟୋକିଓ ସହରର ଗଭର୍ଣ୍ଣର ୟୁରିକୋ କୋଇକେଙ୍କୁ ହସ୍ତାନ୍ତର କରାଯାଇଥିଲା। ସୂଚନାଥାଉକି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟୋକିଓ ଅଲିମ୍ପିକ୍‌ସ ନିମନ୍ତେ ଦର୍ଶକଙ୍କୁ ଷ୍ଟାଡ଼ିୟମରେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ଆୟୋଜକ କମିଟି ନିଷ୍ପତ୍ତି ନେଇଛି। ଶୁକ୍ରବାର ଅଲିମ୍ପିକ୍‌ସ ଶିଖା ଟୋକିଓର କୋମାଜାୱା ଅଲିମ୍ପିକ୍‌ସ ପାର୍କ ଷ୍ଟାଡ଼ିୟମରେ ପହଞ୍ଚିଥିଲା। ସାଧାରଣତଃ ଅଲିମ୍ପିକ୍‌ସ ଶିଖାକୁ ସ୍ବାଗତ କରିବାକୁ ବହୁ ସଂଖ୍ୟକ ଦର୍ଶକ ଷ୍ଟାଡ଼ିୟମରେ ଉପସ୍ଥିତ ରହିଥାନ୍ତି। ତେବେ ଚଳିତଥର ଏହାର ସଂପୂର୍ଣ୍ଣ ବିପରୀତ ଅବସ୍ଥା ଦେଖିବାକୁ ମିଳିଥିଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଂପୂର୍ଣ୍ଣ ଷ୍ଟାଡ଼ିୟମ ଖାଲି ପଡ଼ିଥିଲା। ହାତଗଣତି ସାମ୍ବାଦିକ ଓ ଅଧିକାରୀଙ୍କୁ ଦେଖିବାକୁ ମିଳିଥିଲା। ଅଲିମ୍ପିକ୍‌ସ ଶିଖା ଗ୍ରହଣ କରି ଟୋକିଓ ଗଭର୍ଣ୍ଣର କୋଇକେ କହିଥିଲେ କରୋନା ସଂକ୍ରମଣ ସମୟରେ ଅଲିମ୍ପିକ୍‌ସ ଆୟୋଜିତ ହେଉଥିବାରୁ ଆୟୋଜକ କମିଟିକୁ କେତେକ କଠୋର ନିଷ୍ପତ୍ତି ଗ୍ରହଣ କରିବାକୁ ପଡ଼ିଛି। ଜନସାଧାରଣ ଘରେ ରହି ଅଲିମ୍ପିକ୍‌ସ ଉପଭୋଗ କରନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories