ବଣେଇ : ଦୁବୃର୍ତ୍ତ ଘରେ ପଶି ଦମ୍ପତିଙ୍କୁ ହାଣି ମାରିଦେଲେ। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳକଟା ଗାଁରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଗତକାଲି ରାତିରେ ଲଙ୍ଗଳକଟା ଗାଁର ପାରୁ ମୁଣ୍ଡା ଓ ତାଙ୍କ ପତ୍ନୀ ମାଦଗଲି ମୁଣ୍ଡା ଘରେ ଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତ ତାଙ୍କ ଘରେ ପଶି ଏକ ଧାରୁଆ ଅସ୍ତ୍ରରେ ପାରୁ ମୁଣ୍ଡାଙ୍କ ବେକକୁ କାଟି ଦେଇଥିଲେ। ଏହା ଦେଖି ପତ୍ନୀ ମାଦଗଲି ଘର ଭିତରୁ ବାହାରକୁ ପଳାଇ ଆସିଥିଲେ। ଦୁର୍ବୃତ୍ତ ତାଙ୍କୁ ଘର ବାହାରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। କିଏ ଓ କାହିଁକି ଦମ୍ପତିଙ୍କୁ ହତ୍ୟା କଲା ? ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ତେବେ ଗୁଣି ଗାରେଡି ସନ୍ଦେହରେ ଏମିତି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ବୃଦ୍ଧ ଦମ୍ପତିଙ୍କୁ ଘରେ ପଶି ହତ୍ୟାକଲେ ଦୁବୃର୍ତ୍ତ
Popular Categories



