www.samajalive.in
Monday, December 8, 2025
13.1 C
Bhubaneswar

ଆମେରିକା-ଇରାନ ମୁହାଁମୁହିଁ ହେବା ପରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି, ଆହୁରି ଜଟିଳ ହୋଇପାରେ ସ୍ଥିତି

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟ​‌ରେ ବଢୁଥିବା ଉତ୍ତେଜନା ବିଶ୍ଵର ତୈଳ ବଜାରକୁ ପ୍ରଭାବିତ କରିଛି। ବିଶେଷକରି ଭାରତରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ନୂଆବର୍ଷ ଆରମ୍ଭରୁ ଅର୍ଥାତ୍‌ ୧ ତାରିଖରେ ତୈଳଦର ସ୍ଥିର ଥିବାବେଳେ ଗୁରୁବାର ଏବଂ ଶୁକ୍ରବାର ତୈଳଦର ବୃଦ୍ଧି ପାଇଛି। ଏହା ମଧ୍ୟରେ ଆମେରିକା ଶୁକ୍ରବାର ଇରାକ୍‌ର ବାଗଦାଦସ୍ଥିତ ଏକ ବିମାନବନ୍ଦରରେ ଡ୍ରୋନ ଆକ୍ରମଣ କରି ଇରାନ୍‌ ସେନାର କମାଣ୍ଡର କାସିମ ସୁଲୋମାନିଙ୍କୁ ହତ୍ୟା କରିବା ପରେ ସ୍ଥିତି ଆଗକୁ ଆହୁରି ଜଟିଳ ହେବା ଆଶଙ୍କା କରାଯାଉଛି। ଶୁକ୍ରବାର ଏହାର ପ୍ରଭାବ ଦେଖିବାକୁ ମିଳିଛି। ଆମେରିକାର ଆକ୍ରମଣ ପରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୪.୪% ବୃଦ୍ଧି ଘଟିଛି। ଏହି କାରଣରୁ ବିତରଣ କମ୍ପାନୀଗୁଡ଼ିକ ଉପରେ ଚାପ ବଢ଼ିଛି। ବର୍ତ୍ତମାନ ଅଶୋଧିତ ତୈଳ ଦର ୬୯.୧୬ ଆମେରିକୀୟ ଡଲାରରେ ପହଞ୍ଚିଛି। ଭାରତ ଆରବ ଦେଶଗୁଡ଼ିକ ସହିତ ଇରାନଠାରୁ ଅଶୋଧିତ ତୈଳ ଆମଦାନୀ କରୁଥିବାରୁ ଭାରତୀୟ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

- Advertisement -

ଦେଶର ପ୍ରମୁଖ ୪ଟି ମହାନଗରରେ ତୈଳ ଦର ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦ ପଇସା ବୃଦ୍ଧି ପାଇଥିବାବେଳେ ଚେନ୍ନାଇରେ ୮ ପଇସା ବଢ଼ିଛି। ଚେନ୍ନାଇ ଏବଂ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭୫ ଟଙ୍କା ୩୫ ପଇସାରୁ ଆରମ୍ଭ କରି ୮୦ ଟଙ୍କା ୯୪ ପଇସା ମଧ୍ୟରେ ରହିଛି। ସେହିପରି ଦିଲ୍ଲୀରେ ଡିଜେଲ ଲିଟର ପିଛା ୧୪ ପଇସା, କଲକାତାରେ ୧୨ ପଇସା, ମୁମ୍ବଇରେ ୧୩ ପଇସା ଏବଂ ଚେନ୍ନାଇରେ ୧୪ ପଇସା ବୃଦ୍ଧି ପାଇଛି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories