www.samajalive.in
Sunday, December 7, 2025
15.1 C
Bhubaneswar

ଓଡିଶା ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ସର୍ବ ସାଧାରଣ ସ୍ଥାନ, ଅନୁଷ୍ଠାନ, ହସ୍ପିଟାଲ୍ ସାନିଟାଇଜ୍

କଟକ : ମହାମାରୀ କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଓଡିଶା ଅଗ୍ନିଶମ ସେବା ସଂସ୍ଥା ଦ୍ଵାରା ସର୍ବ ସାଧାରଣ ସ୍ଥାନ, ଅନୁଷ୍ଠାନ, ହସ୍ପିଟାଲ୍, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସଙ୍ଗରୋଧ କେନ୍ଦ୍ରମାନଙ୍କର ବିଶୁଦ୍ଧିକରଣ କାର୍ଯ୍ୟ କରାଯାଉଅଛି । ଚଳିତମାସ ୨୦ ଜୁଲାଇ ସୁଦ୍ଧା ୩୩୮ଗୋଟି ଦମକଳ କେନ୍ଦ୍ରର କର୍ମଚାରୀ ୧ ଲକ୍ଷ ଲିଟରରୁ ଅଧିକ ସୋଡିୟମ୍ ହାଇପୋ କ୍ଳୋରାଇଟ୍ ସହିତ ଆବଶ୍ୟକ ଅନୁପାତରେ ପାଣି ମିଶ୍ରିତ ଦ୍ରବଣକୁ ସିଞ୍ଚନ କରି ୪୭,୧୦୩ ଗୋଟି ସ୍ଥାନକୁ ବହୁବାର ବିଶୁଦ୍ଧିକରଣ କରିଛନ୍ତି । ଅଧିକନ୍ତୁ, ଗୁରୁତ୍ୱ ବହନ କରୁଥିବା ସ୍ଥାନ ଗୁଡିକ ଯଥା- କୋଭିଡ୍ କେୟାର ହସ୍ପିଟାଲ୍, କୋଭିଡ୍ ଟେଷ୍ଟିଙ୍ଗ ସେଣ୍ଟର ଏବଂ କୋଭିଡ୍ କେୟାର ସେଣ୍ଟରଗୁଡିକର ବିଶେଷ ବିଶୁଦ୍ଧିକରଣ ଅଭିଯାନ ୨୦/୦୭/୨୦୨୦ ତାରିଖ ଠାରୁ ଆରମ୍ଭ କରାଯାଇଅଛି।ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ପ୍ରଦାନ କରାଯାଇଥିବା ତାଲିକା ଅନୁଯାୟୀ ଏହି କାର୍ୟ୍ୟ ପ୍ରତିଦିନ କରାଯିବା ନିମନ୍ତେ ଅଗ୍ନିଶମ ସେବା ସଂସ୍ଥା ତରଫରୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଉଅଛି।

ଏହି ପରିପ୍ରେକ୍ଷିରେ ଓଡିଶା ଅଗ୍ନିଶମ ସଂସ୍ଥାର ମହାନିର୍ଦ୍ଦେଶକ ଡ଼ଃ ସତ୍ୟଜିତ ମହାନ୍ତି ଜଣାଇଛନ୍ତି ଯେ ମହାମାରୀ କୋଭିଡ୍-୧୯ର ନିରାକରଣ ନିମିତ୍ତ ହୋଇଥିବା ଅଭିଯାନରେ ରାଜ୍ୟର ସମସ୍ତ ୩୫ଟି କୋଭିଡ ହସ୍ପିଟାଲ୍, ୨୨ଟିକୋଭିଡ୍ ଟେଷ୍ଟିଙ୍ଗ ସେଣ୍ଟର ଏବଂ ୧୬ଟି କୋଭିଡ୍ କେୟାର ସେଣ୍ଟରର ବିଶୁଦ୍ଧିକରଣ କାର୍ୟ୍ୟ କରାଯାଇଅଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories