www.samajalive.in
Monday, December 8, 2025
27.1 C
Bhubaneswar

ପରାଜୟ ପରେ ଦଳୀୟ ପଦରୁ ବରିଷ୍ଠ କଂଗ୍ରେସ ନେତାଙ୍କ ଇସ୍ତଫା

ନୂଆଦିଲ୍ଲୀ : କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜକୁ ଦାୟୀ କରିଛନ୍ତି । ହେଲେ ଦଳର କିଛି ବରିଷ୍ଠ ନେତା ଏହି ପରାଜୟ ପାଇଁ ନିଜକୁ ଦୋଷୀ ମନେ କରି ଗୁରୁତ୍ବପୂର୍ଣ୍ଣ ପଦବୀରୁ ଇସ୍ତଫା ଦେବା ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଉତ୍ତର ପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ ପଦରୁ ରାଜ ବବର ଇସ୍ତଫା ଦେଇଛନ୍ତି । ସେହିପରି କର୍ଣ୍ଣାଟକରେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଏଚ୍.କେ ପାଟିଲ ଏବଂ ଓଡିଶା ପ୍ରଦେଶ ଅଧ୍ୟକ୍ଷ ପଦରୁ ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି ।

- Advertisement -

ପ୍ରକାଶ ଯେ, ରାଜ ବବରଙ୍କୁ ଫତେହପୁର ସିକରୀ ଲୋକସଭା ଆସନରୁ ଟିକେଟ୍ ମିଳିଥିଲା । କିନ୍ତୁ ରାଜ ବବର ନିର୍ବାଚନରେ ଶୋଚନୀୟ ଭାବେ ପରାଜୟ ଲାଭ କରିଛନ୍ତି । ଉତ୍ତରପ୍ରଦେଶରେ କଂଗ୍ରେସ କେବଳ ଗୋଟିଏ ଆସନରେ ବିଜୟୀ ହୋଇଛି । ଏପରିକି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ପାରମ୍ପରିକ ଲୋକସଭା ଆସନ ଅମେଠିରୁ ହାରି ଯାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅମେଠି ଜିଲା କଂଗ୍ରେସ ଅଧ୍ୟକ୍ଷ ନିଜ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଜେଡିଏସ ମେଣ୍ଟ ସରକାର ଥିବା ସତ୍ତ୍ବେ କର୍ଣ୍ଣାଟକରେ କଂଗ୍ରେସ ଗୋଟିଏରୁ ଅଧିକ ଆସନ ଜିତି ପାରିନାହିଁ ।  ଓଡିଶା ଲୋକସଭା ଓ ବିଧାନସଭା ନିର୍ବାଚନରେ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇଟି ଆସନରୁ ନିର୍ବାଚନ ଲଢି ପରାଜୟ ଲାଭ କରିଛନ୍ତି । ଏହା ପରେ ନୈତିକତା ଦୃଷ୍ଟିରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories