ଭୁବନେଶ୍ୱର: ୧୪ତମ ଓଡ଼ିଶୀ ନୃତ୍ୟ ସଙ୍ଗୀତ ସମ୍ମାନ-୨୦୨୫ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଯୋଗ ଦେଇ ଓଡ଼ିଶୀ ନୃତ୍ୟର ସ୍ଥାନ ବହୁତ ଉଚ୍ଚରେ ତାହାକୁ ଅନ୍ୟ କାହା ସହିତ ତୁଳନା କରିବା ଉଚିତ୍ ନୁହେଁ। ଓଡ଼ିଶୀ ନୃତ୍ୟର ସ୍ଥାନ ସବୁବେଳେ ସ୍ୱତନ୍ତ୍ର ବୋଲି ନିଜ ବକ୍ତବ୍ୟରେ କହିଥିଲେ। ମୁଖ୍ୟ ବକ୍ତା ଭାବରେ ଏକାମ୍ର ବିଧାୟକ ବାବୁ ସିଂ ଯୋଗ ଦେଇ ଓଡ଼ିଶାକୁ ସବୁବେଳେ ବିଶ୍ୱ ଅନୁସରଣ କରୁଛି। ଓଡ଼ିଶୀ ନୃତ୍ୟ ହେଉ ଅବା ଆମ ଜଗନ୍ନାଥ ସଂସ୍କୃତିକୁ ସମସ୍ତେ ଆଦରି ନେଇ ତାହାକୁ ବିଶ୍ୱ ଦରବାରରେ ପ୍ରସିଦ୍ଧ କରିପାରୁଛନ୍ତି। ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଡ. ଅଶୋକ ମିଶ୍ର, ଡ. ଇନ୍ଦିରା ଦତ୍ତ, ସିଏ ମହେନ୍ଦ୍ର କୁମାର ସାହୁ, ଓଡ଼ିଶୀ ନୃତ୍ୟ ଶିଳ୍ପୀ ସାଗରିକା ମହାପାତ୍ର, ରାଷ୍ଟ୍ର ସେବକ ସମିତି ପରିବାହକ ଆରତୀ ଜେନା, ସାମାଜିକ କର୍ମକର୍ତ୍ତା ନିହାରିକା ପାତ୍ର ଏବଂ ବାଲେଶ୍ୱର ମହୋତ୍ସବର ସମ୍ପାଦକ ନବେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ।
ଗୁରୁ ସଚ୍ଚିଦାନନ୍ଦ ଦାସଙ୍କୁ ୧୪ତମ ନୃତ୍ୟ ସଙ୍ଗୀତ ସମ୍ମାନ ୨୦୨୫ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରିଶେଷରେ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।



