www.samajalive.in
Monday, December 8, 2025
20.1 C
Bhubaneswar

ସୁମିତ୍ରା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ

ଭୁବନେଶ୍ୱର : ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଶନିବାର ଓଡ଼ିଶା ପ୍ରଦେଶ କଂଗ୍ରେସ ମହିଳା ଓ ଏସ୍‍ସି ସେଲରେ ଅଧ୍ୟକ୍ଷରେ ପରିବର୍ତ୍ତନ କରାଯାଇଛି। ସର୍ବଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବଙ୍କ ପ୍ରସ୍ତାବ ଏବଂ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତି ରାହୁଳ ଗାନ୍ଧୀଙ୍କ ଅନୁମୋଦନକ୍ରମେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ନୂତନ ସଭାନେତ୍ରୀ ଭାବରେ ସୁମିତ୍ରା ଜେନାଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିପାଇଁ ଶ୍ରୀମତୀ ଜେନା କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଏବଂ ସର୍ବଭାରତୀୟ ମହିଳା କଂଗ୍ରେସ ଅଧ୍ୟକ୍ଷା ସୁସ୍ମିତା ଦେବଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଦଳର ମୁଖ୍ୟ ତାଙ୍କୁ ଏଭଳି ଗୁରୁଦାୟିତ୍ୱ ଅର୍ପଣ କରିଥିବାରୁ ସେ ତାହାକୁ ସଫଳତାର ସହିତ ତୁଲାଇବା ଦିଗରେ ଯତ୍ନବାନ ହେବେ। ଆଗାମୀ ଦିନରେ ଓଡ଼ିଶାରେ କିଭଳି ମହିଳାମାନଙ୍କୁ ସ୍ୱରକୁ ଶାଣିତ କରିହେବ ଏବଂ ତାଙ୍କର ନ୍ୟାଯ୍ୟ ହକ୍‍ ମିଳିବ ସେଦିଗରେ ସାଂଗ୍ରାମ ଜାରି ରହିବ ବୋଲି ସୁମିତ୍ରା କହିଛନ୍ତି।
ସେହିପରି ପ୍ରଦେଶ ଅନୁସୂଚିତଜାତି ବିଭାଗର ଅଧ୍ୟକ୍ଷ ଭାବେ କୃଷ୍ଣଚନ୍ଦ୍ର ଶଗରିଆଙ୍କ ସ୍ଥାନରେ ବିଭୂ ତରାଇଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କୁ ପିସିସିର କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି କୃଷ୍ଣଚନ୍ଦ୍ର ଶଗରିଆଙ୍କୁ ପିସିସିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିବା ଏଆଇସିସି ପକ୍ଷରୁ ଜଣାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories