BJD Bijuli 480×75 Mob

ସାଇବର ଅପରାଧ ପାଇଁ ହେବ ପରୀକ୍ଷାଗାର, ପ୍ରଶିକ୍ଷଣ କେନ୍ଦ୍ର: ଡିଜିପି

BJD Bijuli 480×75 Mob
0

କଟକ : ଅପରାଧୀମାନେ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ଅପରାଧ ଘଟାଉଛନ୍ତି। ଏହିସବୁ ମାମଲାର ତଦନ୍ତ ପ୍ରକ୍ରିୟା ଜଟିଳ ହେଉଛି। ଏହି ମାମଲାର ତଦନ୍ତ ସମୟରେ ଅପରାଧ ବିଜ୍ଞାନ ପଦ୍ଧତି ଓ ବୈଜ୍ଞାନିକ ଜ୍ଞାନ କୌଶଳ ମାଧ୍ୟମରେ ପ୍ରାମାଣିକ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ରହିଛି। ମହିଳା ଓ ଶିଶୁମାନଙ୍କ ଉପରେ ହେଉଥିବା ସାଇବର ଅପରାଧର ମୁକାବିଲା କରିବା ପାଇଁ ରାଜ୍ୟରେ ଏକ ସ୍ୱତନ୍ତ୍ର ସାଇବର ପରୀକ୍ଷାଗାର ଓ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବ ବୋଲି ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ୬୬ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତାର ଉଦ୍‍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଛନ୍ତି। ପୁଲିସ ବିଭାଗରେ ବିଭିନ୍ନ ସ୍ତରରେ କାର୍ଯ୍ୟରତ ଅଧିକାରୀଙ୍କ ମଧ୍ୟରେ ତଦନ୍ତ କରିବା ଦକ୍ଷତା ବୃଦ୍ଧିକରିବା ଓ ଦୋଷୀ ସାବ୍ୟସ୍ତ ହାରରେ ଉନ୍ନତି ଆଣିବା। ପାଟଣାଗଡ ପାର୍ସଲ ବୋମା ମାମଲାର ସଫଳ ଅନୁସନ୍ଧାନ ପାଇଁ ଡିଜିପି ଶର୍ମା କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ପ୍ରଶଂସା କରିଥିଲେ। ସେହିପରି ଗ୍ୟାଙ୍ଗଷ୍ଟର ଓ ଟେଣ୍ଡର ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାରୁ ଏସଟିଏଫ, କମିସନରେଟ ପୁଲିସ ଓ ଜଗତସିଂହପୁର ପୁଲିସର କାର୍ଯ୍ୟକୁ ମଧ୍ୟ ସେ ପ୍ରଶଂସା କରିଥିଲେ। ନାରୀ ଓ ଶିଶୁମାନଙ୍କ ସୁରକ୍ଷା ପାଇଁ ପୁଲିସ ଅଗ୍ରାଧିକାର ଦେବା ସହ ସମ୍ବେଦନଶୀଳ ମାମଲାଗୁଡିକୁ ‘ରେଡ୍‍ ଫ୍ଲାଗ୍‍’ ଶ୍ରେଣୀର ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି। କ୍ରାଇମବ୍ରାଞ୍ଚର ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ବୃତ୍ତିଗତ ପ୍ରତିଯୋଗିତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହି ପ୍ରତିଯୋଗିତାରେ ସହରାଞ୍ଚଳ ପୁଲିସ ଜିଲା ଭୁବନେଶ୍ୱରକୁ ବୈଜ୍ଞାନିକ ପ୍ରଣାଳୀରେ ଅନୁସନ୍ଧାନ ପାଇଁ ଶ୍ରେଷ୍ଠ ଦଳ ଭାବେ କ୍ଷେତ୍ରମୋହନ ବିଶ୍ୱାଳ ଟ୍ରଫି ଓ ଏସ.କେ. ଘୋଷ ଟ୍ରଫି ପ୍ରଦାନ କରାଯାଇଥିଲା। କଟକ ସହରାଞ୍ଚଳର ପୁଲିସକୁ ରନର୍ସଅପ୍‍ ଟ୍ରଫି ପ୍ରଦାନ କରାଯାଇଛି। ଭୁବନେଶ୍ୱର ସହରାଞ୍ଚଳ ପୁଲିସର ଇନିସ୍‍ପେକ୍ଟର ବନିତା ମହାରଣାଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ଅନୁସନ୍ଧାନ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଓ ପ୍ରତିଯୋଗିତାରେ ସାମଗ୍ରିକ ସଫଳତା ପାଇଁ ପୁରସ୍କୃତ କରାଯାଇଛି। କମ୍ପ୍ୟୁଟର ଦକ୍ଷତା ଓ ସଚେତନତା କ୍ଷେତ୍ରରେ ଅପରାଧ ଅନୁସନ୍ଧାନ ଶାଖାର ଇନିସ୍‍ପେକ୍ଟର ଅବନ୍ତୀମଣି ନାୟକ, ଶ୍ୱାନ ପ୍ରଶିକ୍ଷଣ ଭାବେ କନଷ୍ଟେବଳ ଚିତ୍ତରଞ୍ଜନ ଲେଙ୍କାଙ୍କୁ ପୁରସ୍କୃତ କରାଯାଇଥିଲା। କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶଥାଉକି, ଏହି ବୃତ୍ତିଗତ ପ୍ରତିଯୋଗିତା ପୁଲିସ ମୁଖ୍ୟାଳୟରେ ୩ ଦିନ ଧରି ଚାଲିଥିଲା।

Leave A Reply