www.samajalive.in
Sunday, December 7, 2025
16.1 C
Bhubaneswar

ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟକୁ ୧୦୦୦ କୋଟିରେ ପହଞ୍ଚାଇବାକୁ ଆହ୍ବାନ

ଭୁବନେଶ୍ୱର: ଆସନ୍ତା ବର୍ଷ ଶେଷ ସୁଦ୍ଧା ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ୧୦୦୦ କୋଟି ଟଙ୍କାର ବ୍ୟବସାୟରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକୁ ସାକାର କରିବା ଏବଂ ଏହାକୁ ଏକ ଗୋଲ୍ଡ କ୍ୟାଟେଗୋରୀ ସରକାରୀ ଉଦ୍ୟୋଗରେ ପରିଣତ କରିବାକୁ ଆଜି ଅନୁଷ୍ଠିତ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ୨୦୫ତମ ବୋର୍ଡ ଅଫ୍‌ ଡାଇରେକଫରସ୍‌ ଭିଡ଼ିଓ କନ୍‌ଫରେନ୍ସିଂ ବୈଠକରେ ନିଗମର ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ ପ୍ରକାଶ କରିଛନ୍ତି।


ବର୍ତ୍ତମାନ ନିଗମର କାର୍ଯ୍ୟ ପରିସରକୁ ବ୍ୟାପକ ଏବଂ ବର୍ତ୍ତମାନର ସମ୍ବଳକୁ ସର୍ବାଧିକ ବିନିଯୋଗ କରି ୬୧୩ କୋଟି ଟଙ୍କାର ବ୍ୟବସାୟ କରି ଅନନ୍ୟ ରେକର୍ଡ କରିଥିବାରୁ ବୋର୍ଡ ପରିଚାଳନା କର୍ତ୍ତୃପକ୍ଷଙ୍କୁ ସେ ସାଧୁବାଦ ଦେଇଛନ୍ତି। ନିଗମ କାର୍ଯ୍ୟଧାରାକୁ ଆହୁରି ବ୍ୟାପକ ଏବଂ ଆଧୁନିକୀକରଣ କରିବା ପାଇଁ ଏହି ବୋର୍ଡରେ ଆଲୋଚନା କରାଯାଇ ବିଭିନ୍ନ ବିଭାଗରେ ଥିବା ଭିତ୍ତିଭୂମି ନିର୍ମାଣ, ଇ-ସିଷ୍ଟମ୍‌ ଡେଭେଲପ୍‌ମେଣ୍ଟ ଏବଂ ଉନ୍ନତ ବୈଷୟିକ ଜ୍ଞାନ କ୍ଷେତ୍ରରେ ମଧ୍ୟ ବ୍ୟବସାୟ ହାତକୁ ନେବା ପାଇଁ ସର୍ବସମ୍ମତିରେ ସ୍ଥିର କରାଯାଇଛି। ଏହି କ୍ରମରେ ବିଭିନ୍ନ ସ୍ୱତନ୍ତ୍ର ସେବା ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ ସଂପାଦନ କରିବା ପାଇଁ ସ୍ପେସାଲ୍‌ ପରପସ୍‌ ଭେଇକିଲ୍‌(ଏସ୍‌ପିିଭି) ଗଠନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିରେ ଗୁଣୀ ଓ କୁଶଳୀ ମାନବସମ୍ବଳକୁ ଉପଯୋଗ କରାଯିବ। ଏସ୍‌ପିଭି ଗଠନ ପାଇଁ ସର୍ତ୍ତ ଓ ନିୟମାବଳୀ ରଖାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି କାର୍ଯ୍ୟ ସଂପାଦନ କରିବା କ୍ଷେତ୍ରରେ ଅଧିକରୁ ଅଧିକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ପ୍ରାଧାନ୍ୟ ଦେବାକୁ ଆଲୋଚନାରେ ମତପ୍ରକାଶ ପାଇଛି। ନିଗମ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବା ଲାଗି ଖାଲି ପଡ଼ିଥିବା ମୂଳପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କମ୍ପ୍ୟୁଟରୀକରଣ ଏବଂ ଡିଜିଟାଇଜେସନ୍‌ ପରି ଆଧୁନିକ ଜ୍ଞାନକୌଶଳ ସମ୍ବଳିତ କାର୍ଯ୍ୟଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ ଏବଂ ଆନୁଷଙ୍ଗିକ କଞ୍ଚାମାଲ୍‌ ଯୋଗାଇବା ପର୍ଯ୍ୟନ୍ତ ସରକାରଙ୍କର ବିଭିନ୍ନ ବିଭାଗରେ କାର୍ଯ୍ୟ କରିବାକୁ ଏହାର ପରିସରକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତତ୍‌ ସଙ୍ଗେ ସଙ୍ଗେ ନିଗମ ନିଜର ମୌଳିକ ଦାୟିତ୍ୱ ସଂପାଦନ କରିବାକୁ ମଧ୍ୟ ପ୍ରତିଶ୍ରୁତିବଦ୍ଧ।

- Advertisement -


ଏହି ବୈଠକରେ ନିଗମର ପରିଚାଳନା ନିର୍ଦେଶକ ପ୍ରଦୀପ୍ତ କୁମାର ସାହାଣୀ, ଏମ୍‌ଏସ୍‌ଏମ୍‌ଇ ବିଭାଗ ସ୍ୱତନ୍ତ୍ର ସଚିବ ମନ୍ମଥ କୁମାର ବିଶ୍ୱାଳ, ଅର୍ଥ ବିଭାଗ ନିର୍ଦେଶକ ପ୍ରଜ୍ଞାସ୍ମିତା ସାହୁ, ସ୍ୱାଧୀନ ନିର୍ଦେଶକ ନିରୁପମା ହାତି, ଓଏସ୍‌ମେ୍‌ର ଅଧ୍ୟକ୍ଷ ଗୌରୀଶଙ୍କର ଦାଶ, ଓସିଆର ସଭାପତି ସ୍ମରଜିତ୍‌ ମହାନ୍ତି. ଓଇଆର ସଭାପତି ମିହିର କୁମାର କାନୁନଗୋ ଏବଂ ସ୍ୱାଧୀନ ନିର୍ଦେଶକ ଭେଙ୍କଟେଶ୍ୱରଲୁ ସୁରୁ ଉପସ୍ଥିତ ଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories