www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ମୁକାବିଲାରେ ଓଡିଶା ପୁଲିସ, ପ୍ଲାଜ୍‌ମା ଦାନ କଲେଣି ୫୨ ଯବାନ

ଓଡିଶା ପୁଲିସରେ କାର୍ଯ୍ୟରତ ୫୨ ଜଣ କରୋନା ଯୋଦ୍ଧା ଆଜି ସୁଦ୍ଧା ପ୍ଲାଜ୍‌ମା ଦାନ କରି ରାଜ୍ୟରେ କରୋନା ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେମାନେ କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ପ୍ଲାଜ୍‌ମା ଦାନ କରି ଓଡିଶା ପୁଲିସକୁ ଗୌରାବାନ୍ୱୀତ କରିଛନ୍ତି। ଏହି କରୋନା ଯୋଦ୍ଧାମାନେ ରାଜ୍ୟର ବିଭିନ୍ନ ପ୍ଲାଜ୍‌ମା ସଂଗ୍ରହ କେଂନ୍ଦ୍ର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ଆଇ.ଜି.ଏଚ୍, ରାଉରକେଲା ଓ ଭିମ୍‌ସାର, ବୁର୍ଲାଠାରେ ବିଭିନ୍ନ ସମୟରେ ପ୍ଲାଜ୍‌ମା ଦାନ କରିଛନ୍ତି।

ସେମାନଙ୍କ ମଧ୍ୟରେ ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନର ୧୪ ଜଣ ରହିଥିବା ବେଳେ ଝାରସୁଗୁଡା ଓଏସଏପି ଦ୍ୱିତୀୟ ବାଟାଲିୟନର ୬, କୋରାପୁଟ ଓଏସଏପି ତୃତୀୟ ବାଟାଲିୟନର ୫, ଦେଓଗଡ ୪ର୍ଥ ଇଣ୍ତିଆ ରିଜର୍ଭ ବାଟାଲିୟନର ୩, ବୌଦ୍ଧ ପଞ୍ଚମ ଇଣ୍ତିଆ ରିଜର୍ଭ ବାଟାଲିୟନର ୨ ଓ ରାଉରକେଲା ଓଏସଏପି ୪ର୍ଥ ବାଟାଲିୟନ, କଟକ ଓଏସଏପି ଷଷ୍ଠ ବାଟାଲିୟନ, କୋରାପୁଟ ପ୍ରଥମ ଇଣ୍ତିଆ ରିଜର୍ଭ ବାଟାଲିୟନ ଓ ନୟାଗଡ ପୋଲିସ ଟ୍ରେନିଂ ସ୍କୁଲର ଜଣେ ଲେଖାଏଁ ରହିଛନ୍ତି। ସେହିପରି ଗଜପତି ଜିଲ୍ଲାରୁ ୬ ଜଣ, କଟକ ଜିଲ୍ଲାରୁ ୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ, ଗଞ୍ଜାମ ଜିଲ୍ଲାରୁ ୨ ଜଣ ଓ ପୁରୀ, ନୟାଗଡ ଏବଂ ବ୍ରହ୍ମପୁର ପୁଲିସ ଜିଲ୍ଲାରୁ ଜଣେ ଲେଖାଏଁ ପ୍ଲାଜ୍‌ମା ଦାନ କରିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories