www.samajalive.in
Saturday, December 6, 2025
26.1 C
Bhubaneswar

ସଂରକ୍ଷିତ ଜଙ୍ଗଲରୁ ଦୁର୍ବୃତ୍ତମାନେ କାଟିନେଲେ ବହୁ ସଂଖ୍ୟକ ମୂଲ୍ୟବାନ ଶାଗୁଆନ ଗଛ 

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବନାଞ୍ଚଳରେ ଏକ ସଂରକ୍ଷିତ ଜଙ୍ଗଲରୁ ବହୁ ସଂଖ୍ୟକ ମୂଲ୍ଯବାନ ଶାଗୁଆନ ଗଛକୁ ତସ୍କର ମାନେ କାଟିଥିବା ଜଣାପଡ଼ିଛି। ସେଥି ମଧ୍ୟରୁ କେତେକକୁ ଦୁର୍ବୃତ୍ତମାନେ ନେଇ ଯାଇଥିଲାବେଳେ ଅନ୍ୟତକ ବନବିଭାଗ ପକ୍ଷରୁ ଅନ୍ଯ ସବୁକୁ ଜବତ କରାଯାଇଥିଲା।
ଏହି ଘଟଣା କେବେର ଜଣା ପଡ଼ିନଥିଲା ବେଳେ ପ୍ରାୟ  ଦୁଇ ମାସରୁ ଊର୍ଦ୍ଧ୍ବ  ହୋଇଥିବା କୁହାଯାଉଛି । ଲକ୍ଷ୍ମୀପୁର ସେକ୍ସନ ଅଧୀନସ୍ଥ  ବନ୍ଦିକାର ବିଟ୍ ଅଧିନରେ ଘଟିଛି ଏହି ଘଟଣା। ଏଠାରେ ବନବିଭାଗ ପକ୍ଷରୁ ବନ୍ଦିକାର ସଂରକ୍ଷିତ ଜଙ୍ଗଲରେ  ୨୦ ବର୍ଷରୁ  ଊର୍ଦ୍ଧ୍ବ ହେବ ବହୁ ସଂଖ୍ୟକ ଶାଗୁଆନ ଚାରା ରୋପଣ କରାଯାଇ ଜଙ୍ଗଲ ସୃଷ୍ଟି କରାଯାଇଥିଲା । ସେଗୁଡ଼ିକ ପରିପକ୍ବ ଅବସ୍ଥାକୁ ଆସି ଯାଇଥିଲା।  ଶାଗୁଆନ ଜଙ୍ଗଲଟି ଏହି ବିଟରେ ଥିବାବେଳେ ଏଠାରେ ଦୁଇଟି ସ୍ଥାନରେ ବନୀକରଣ କାର୍ଯ୍ଯ ଚାଲିଛି। ଏପରିକି ବନ ରକ୍ଷୀଙ୍କଠାରୁ ଆରମ୍ଭ କରି ବନପାଳ, ବନାଞ୍ଚଳ ଅଧିକାରୀ ଓ ବନଖଣ୍ଡ ଅଧିକାରୀ ମଧ୍ୟ ଏଠାକୁ କାର୍ଯ୍ୟ ଦେଖିବା ପାଇଁ ଆସିଛନ୍ତି ।

ବିଶେଷକରି  ଯେଉଁ ବନ ରକ୍ଷୀଙ୍କ  ଅଧିନରେ ଉକ୍ତ ଶାଗୁଆନ ଜଙ୍ଗଲ ରହିଛି ସେ ତା’ର  ଖୋଜ ଖବର ରଖିବା କଥା। ତେବେ କେଉଁ ଦିନ ଏତେସଂଖ୍ୟକ ମୂଲ୍ୟବାନ ଗଛ ସବୁକୁ ଦୁର୍ବୁତ୍ତ ମାନେ କିପରି କାଟିଲେ ଏବଂ ତହା ଏମାନେ ଜାଣି ପାରିଲେ ନାହିଁ କିପରି ତାହା ଆଶ୍ଚର୍ଯ୍ୟର ବିଷୟ। ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି  ଯେଉଁ କାଠ ଗୁଡ଼ିକ କଟା ଯାଇଥିଲା ସେଥି ମଧ୍ୟରୁ  କେତେକ ଚୋରି ହୋଇଯାଇଥିଲାବେଳେ ବହୁ ପରିମାଣରେ ଗୋଲେଇ ଓ ଗଣ୍ଡିକୁ ସେଠାରୁ ଜବତ କରାଯାଇ ବନପାଳ ଓ  ବନରକ୍ଷୀ ମିଶି ଲକ୍ଷ୍ମୀପୁର  ଆଣିଥିଲେ। ନିୟମ ଅନୁସାରେ ଯେଉଁ କାଠ ଜବତ ହୁଏ ସେନେଇ ଏକ ମାମଲା ରୁଜ୍ଜୁ ହେବା କଥା। ତେବେ ଏନେଇ ସେମାନେ କିଛି ମାମଲା ରୁଜୁ କରି ନଥିବା ବେଳେ ବନାଞ୍ଚଳ ଅଧିକାରୀ କିମ୍ବା ବନଖଣ୍ଡ ଅଧିକାରୀଙ୍କୁ ମଧ୍ୟ କିଛି ସୂଚନା ଦିଆଯାଇନାହିଁ ବୋଲି ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି। ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମୂଲ୍ଯବାନ ଜଙ୍ଗଲ ସୃଷ୍ଟି କରିଥିବା ବେଳେ ଏହାର କିପରି ଚୋରି ହେଲା ଏବଂ ଏଥିରେ କେଉଁମାନେ ସଂଶ୍ଲିଷ୍ଟ ସେମାନଙ୍କୁ ଖୋଜି ବାହାର କରାଯିବା ସହ ଦୃଢ଼ କାର୍ଯ୍ଯାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories