ଭୁବନେଶ୍ୱର : ଯୁବପିଢି ଓ ଗୃହିଣୀମାନଙ୍କ ପାଇଁ ବ୍ୟବସାୟର ନୂଆ ସୁବିଧା ନେଇଆସିଛି ସୌମେନ୍ ଅଗରବତୀ । କମ୍ପାନୀ ନିଜ ସହିତ ଯୋଡି ଘରେ ବସି ଆୟ କରିବାକୁ ସୁଯୋଗ ଦେଉଛି । କମ୍ପାନୀ ପ୍ରଥମେ ମେସିନ୍ ଓ କଞ୍ଚାମାଲ ଯୋଗାଇ ଦେବ ଏବଂ ଉତ୍ପାଦନ ସରିବା ପରେ ଆପଣଙ୍କଠୁ ଅଗରବତୀ ନେଇ ବଜାରରେ ବିକ୍ରି କରିବ ଏବଂ ଆପଣଙ୍କୁ ପ୍ରାପ୍ୟ ମଧ୍ୟ ଦେବ । ଖାଲି ସେତିକି ନୁହେଁ, ଏଥିରେ ଅନେକ ଅଫରର ସୁବିଧା ମଧ୍ୟ ରହିଛି । ଯିଏ ଅଧିକ ଉତ୍ପାଦନ କରି କମ୍ପାନୀକୁ ପ୍ରଦାନ କରିବ କମ୍ପାନୀ ସେମାନଙ୍କୁ ଇ-ସ୍କୁଟର ଉପହାର ମଧ୍ୟ ଦେବ ।
କମ୍ପାନୀର ୧୯ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସୁପରଷ୍ଟାର ଅନୁଭବ ମହାନ୍ତି ଯୋଗଦେଇ ସୌମେନ୍ ଅଗରବତୀର ବ୍ୟବସାୟ ଶୈଳୀକୁ ପ୍ରଶଂସା କରିଥିଲେ । ଗୃହିଣୀମାନେ ଘରେ ନବସି ରୋଜଗାରକ୍ଷମ ହେବା ନେଇ ସେ କହିଥିଲେ । ସେ ଏହାମଧ୍ୟ କହିଥିଲେ କି ସୌମେନ୍ ଅଗରବତୀ ସବୁବେଳେ ଲୋକଙ୍କୁ ରୋଜଗାର କ୍ଷମ କରାଇବା, ଆତ୍ମନିର୍ଭରଶୀଳ କରାଇବା ଦିଗରେ ସବୁବେଳେ ଚେଷ୍ଟିତ। ତେବେ ଯୁବ ପିଢି ଆଉ ବିଳମ୍ବ ନ କରି ଆଗେଇ ଆସନ୍ତୁ ବୋଲି ସେ ଆହ୍ଵାନ ଦେଇଛନ୍ତି। ଏହି ଅବସରରେ ବିଜେତାଙ୍କୁ ପୁରସ୍କାର ବିତରଣ ସହ ଆସନ୍ତା ବର୍ଷ ପାଇଁ ଅଫରରେ ଘୋଷଣା କରାଯାଇଥିଲା । କମ୍ପାନୀ ସହ ଯୋଡ଼ି ହୋଇ ନୂଆ ରୂପରେ ବ୍ୟବସାୟ କରିବାକୁ ଚାହୁଁଥିବା ଇଚ୍ଛୁକମାନଙ୍କୁ ଯୋଗାଯୋଗ କରିବାକୁ ଆହ୍ବାନ ଦେଇଛି ସୌମେନ୍ ଅଗରବତୀ ।



