www.samajalive.in
Monday, December 8, 2025
14.1 C
Bhubaneswar

କାର୍ଯ୍ୟରତ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ, ସରକାରୀ ସହାୟତାକୁ ଅପେକ୍ଷା

ରଣପୁରଗଡ : ରାଜ୍ୟ ସରକାର ନିର୍ମାଣ ଶ୍ରମିକମାନଙ୍କ ପାଇଁ ଓ ସେମାନଙ୍କ ପରିବାର ପାଇଁ ଚିକିତ୍ସା, ଜୀବନ ବୀମା ଓ ସାମାଜିକ ସୁରକ୍ଷା ନିମନ୍ତେ ବହୁବିଧ ଯେ।ଜନା କରିଛନ୍ତି। ନିର୍ମାଣ କାର୍ଯ୍ୟ ସମୟରେ ଠିକାଦାରମାନେ ସେମାନଙ୍କ ସୁରକ୍ଷା ପ୍ରତି ଅଣଦେଖା କରୁଛନ୍ତି। ଶ୍ରମ ବିଭାଗ କାର୍ଯ୍ୟରତ ନିର୍ମାଣ ଶ୍ରମିକ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଯାହା ଫଳରେ ନିର୍ମାଣ ଶ୍ରମିକ ପରିବାର ସରକାରୀ ସହାୟତାରୁ ବଞ୍ଚିତ ହେ।ଇ ବେସାହାରା ହେଉଥିବା ଦେଖିବାକୁ ମିଳୁଛି। ସେଭଳି ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଚମ୍ପାଗଡ ଗ୍ରାମରେ। ଚମ୍ପାଗଡ ଉଚ୍ଚ ବିଦ୍ୟାଳୟରେ ଉପର ମହଲାରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ଚାଲୁଥିଲା। ରଣପୁର ବ୍ଳକ କାର୍ଯ୍ୟ ତଦାରଖ କରୁଥିବାବେଳେ ମନ୍ମଥ ଭେ।ଳ କାର୍ଯ୍ୟ ନିର୍ବାହ କରୁଥିଲେ। ଅଗଷ୍ଟ ୧୦ ତାରିଖ ସକାଳ ୯ ଘଟିକା ସମୟରେ ୫ ଜଣ ଶ୍ରମିକ କାର୍ଯ୍ୟ କରୁଥିବା ସମୟରେ ଚମ୍ପାଗଡ ଗ୍ରାମର କାର୍ଯ୍ୟରତ ନିର୍ମାଣ ଶ୍ରମିକ ସୁବଳ ରଣା ଛାତ ଉପରୁ ତଳକୁ ଖସି ପଡିଥିଲେ। ସଙ୍ଗେ ସଙ୍ଗେ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା।

ପରୀକ୍ଷା ନିରୀକ୍ଷା ପରେ ଡାକ୍ତର ମୃତ୍ୟୁ ଘେ।ଷଣା କରିଥିଲେ। ଗାଁରେ ଶେ।କର ଛାୟା ଖେଳି ଯାଇଥିଲା। କାର୍ଯ୍ୟ ନିର୍ବାହ କରୁଥିବା ଭେ।ଳ ନିର୍ମାଣ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କରିନଥିବାବେଳେ ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ମଧ୍ୟ ଦୃଷ୍ଟି ଦେଇନଥିବା ଅଭିଯୋଗ ହୋଇଛି । ପରିବାର ଲୋକ ଦୁଃଖରେ ଗାଁ ଶ୍ମଶାନରେ ଶବ ସତ୍କାର କରିଥିବା ଜଣାପଡିଛି। ଶବ ପଞ୍ଚନାମା ହେ।ଇ ମୃତ୍ୟୁ ପ୍ରମାଣପତ୍ର ହାସଲ କରିଥିଲେ ସରକାରୀ ସହାୟତା ପରିବାର ବର୍ଗଙ୍କୁ ମିଳିଥାନ୍ତା। ଚାନ୍ଦପୁର ଥାନା ନିରୀକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁ କୁହନ୍ତି ଡାକ୍ତରଙ୍କ ନିକଟରୁ କି ପରିବାର ପକ୍ଷରୁ ଅଭିଯୋଗ ହେ।ଇନାହି। ବସନ୍ତ ମଞ୍ଚରୀ ସାଧାରଣ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ତ୍ରିଲୋଚନ ବାରିକ କୁହନ୍ତି ମୁଁ ଛୁଟିରେ ଅଛି କିନ୍ତୁ ମୃତ ସୁବଳ ରଣାଙ୍କୁ ମେଡିକାଲ ଭିତରକୁ ନେଇ ନଥିବେ। ତେଣୁ ଡାକ୍ତର ଥାନାକୁ ଜଣାଇ ନାହାନ୍ତି। ଅପର ପକ୍ଷରେ କାର୍ଯ୍ୟ ତଦାରଖ କରୁଥିବା ରଣପୁର ବ୍ଳକ ଯନ୍ତ୍ରୀ ବସନ୍ତ କୁମାର ସାହୁ କୁହନ୍ତି ସେହି କାର୍ଯ୍ୟରେ ଅଭିଯୋଗ ଥିଲା ଆମେ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିଥିଲୁ। ତାସହ ରବିବାର କାର୍ଯ୍ୟ ହେଉନଥିଲା। ଏଭଳି କ୍ଷେତ୍ରରେ ଶ୍ରମ ବିଭାଗ ତଦନ୍ତ କରି ନିର୍ମାଣ ଶ୍ରମିକ ରଣାଙ୍କ ପରିବାରକୁ ସହାୟତା ଯେ।ଗାଇ ଦେବାପାଇଁ ସାଧାରଣରେ ଅନୁରୋଧ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories