www.samajalive.in
Monday, December 8, 2025
27.1 C
Bhubaneswar

ଅଜଣା ଗାଡି ଧକ୍କାରେ ହରିଣ ମୃତ

ଆଠଗଡ : ଆଠଗଡ ବନାଞ୍ଚଳ ଅନ୍ତର୍ଗତ କୁଲାଇଲୋଠାରେ ରବିବାର ସକାଳେ ଅଜଣା ଗାଡି ଧକ୍କାରେ ଏକ ହରିଣର ମୃତ୍ୟୁ ହୋଇଥିବା ଜଣାପଡିଛି । ହରିଣଟି ନିକଟସ୍ଥ ରାଣୀବଣିଆ ସଂରକ୍ଷିତ ଜଙ୍ଗଲରୁ ଭୋର ସମୟରେ ପାଣି ପିଇବା ପାଇଁ କୁଲାଇଲୋ ଗ୍ରାମ ଆଡକୁ ପଳାଇ ଆସିଥିଲା । ଖୁଣ୍ଟୁଣୀ-ନରସିଂହପୁରର ୬୫ ରାଜ୍ଯ ରାଜପଥର କୁଲାଇଲୋ ହାଇସ୍କୁଲ ନିକଟରେ ହରିଣଟି ରାସ୍ତା ପାର ହେଉଥିବା ବେଳେ କୌଣସି ଏକ ଗାଡି ତାକୁ ଧକ୍କା ଦେବା ଫଳରେ ତାର ମୃତ୍ଯୁ ହୋଇ ଯାଇଥିଲା। ଖବର ପାଇ ଆଠଗଡ ସଦର ବନପାଳ ଆଶିଷ ନାୟକ ଓ ବନରକ୍ଷୀ ରଶ୍ମୀ ବାରିକ ଘଟଣାସ୍ଥଳରେ ପହଞ୍ଚିବା ପରେ ଡିଏଫଓ ଡାକ୍ତର ଯଜ୍ଞଦତ୍ତ ପତିଙ୍କ ନିର୍ଦ୍ଦେଶ କ୍ରମେ ମୃତ ହରିଣଟିକୁ କୁଲାଇଲୋ ନର୍ସରୀରେ ନେଇଯାଇଥିଲେ । ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଅନ୍ତର୍ଯ୍ୟାମୀ ବାରିକ ଉକ୍ତ ନର୍ସରୀ ମଧ୍ଯରେ ମୃତ ହରିଣର ବ୍ୟବଚ୍ଛେଦ କରିବା ପରେ ମୃତଦେହ ସେହିଠାରେ ପୋତି ଦିଆଯାଇଥିଲା।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories