ଭୁବନେଶ୍ବର : ଭରତପୁର ଥାନା ଅଞ୍ଚଳରେ ଜମିଜମା ବିବାଦକୁ କେନ୍ଦ୍ରକରି ବୋମାମାଡ ହୋଇଛି । ଏଥିରେ ୪ଟି ଦାମୀ ବାଇକ୍ ସମ୍ପୂର୍ଣ୍ଣ ଜଳିଯାଇଛି । ଘଟଣାସ୍ଥଳରେ ଭରତପୁର ଥାନା ପୁଲିସ ପହଞ୍ଚି ଛାନଭିନ୍ କରୁଛି । ଜମିଜମା ବିବାଦକୁ କେନ୍ଦ୍ର କରି ଏହି ବୋମାମାଡ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ତେବେ ଏଥିରେ କେହି ମୃତାହତ ହୋଇଥିବା ନେଇ ବର୍ତ୍ତମାନ ସୁଦ୍ଧା ଜଣାପଡିନି । ତଦନ୍ତ ପରେ ସମସ୍ତ ସୂଚନା ମିଳିବ ବୋଲି ପୁଲିସ ଜଣାଇଛି ।
Popular Categories



