www.samajalive.in
Tuesday, December 9, 2025
15.1 C
Bhubaneswar

ବିପୁଳ ନିଶା କଫ ସିରପ ଜବତ, ଜଣେ ମହିଳା ସମେତ ୬ ଗିରଫ

ସମ୍ବଲପୁର : ସମ୍ବଲପୁର ଟାଉନ ଥାନା ପକ୍ଷରୁ ନିଶା ବିରୋଧି ଅଭିଯାନ କ୍ରମରେ ଚଢ଼ଉ କରାଯାଇ ବିପୁଳ ନିଶା କଫ ସିରପ ଜବତ ସହିତ ୩ ଜଣଙ୍କୁ ଗିରଫ କରାଯାଇଛି । ପୁଲିସର ସୁଚନା ଅନୁଯାୟୀ, ବେଆଇନ ନିଶା କାରବାର ଚାଲିଥିବାର ଖବର ପାଇ ନିଶା କାରବାର ହବ ସାଜିଥିବା ସାହୁ କଲୋନୀ ଠାରେ ପୁଲିସ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ପୁଲିସ ଦାନୀବନ୍ଧ ଅଞ୍ଚଳ ନିବାସୀ ଜଗର ରୋହିଦାସ (୨୮), ଅମନ ମେହେର (୨୪), ପ୍ରମୋଦ ଜାନି (୨୪), ସାହୁ କଲୋନୀ ନିବାସୀ ମମତା କୁମାରୀ (୩୬), କାହ୍ନା ସିଂ (୨୦) ଓ ପବିତ୍ର ଜେନା (୪୨) ଙ୍କୁ ଧରିଥିଲା । ସେମାନଙ୍କ ନିକଟରୁ ପୁଲିସ ୧୨ ଶହ ୫୫ ଟି ନିଶା କଫ ସିରପ, ୧୬ ଶହ ଟଙ୍କା ଓ ୨ଟି ମୋବାଇଲ ଫୋନ ଜବତ କରିଛି । ଏ ନେଇ ଟାଉନ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଆଜି ଅଦାଲତକୁ ଚାଲାଣ କରିଥିବା ପୁଲିସ ସୁଚନା ଦେଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories