www.samajalive.in
Saturday, December 6, 2025
16.1 C
Bhubaneswar

ବାଳିକାକୁ ଅପହରଣ ଅଭିଯୋଗ, ୨ କୋର୍ଟ ଚାଲାଣ 

ଲାଞ୍ଜିଗଡ : ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅଞ୍ଚଳର ଏକ ବାଳିକାକୁ ଅପହରଣ କରି ନେଇଥିବା ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଲାଞ୍ଜିଗଡ ପୋଲିସ । ସୂଚନାନୁସାରେ ବାଳିକା ଜଣକ ସୋମବାର ନିଜ ଭଉଣୀ ସହିତ ମନ୍ଦିରକୁ ଯାଇଥିବା ବେଳେ ଲାଞ୍ଜିଗଡ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ଯୋଡ଼ାବନ୍ଧ ଗ୍ରାମର ଖଗପତି ହରିଜନ (୨୫) , ଦୁଇଜଣ ସାଙ୍ଗ ଏବଂ ରାୟଗଡା ଜିଲ୍ଲା ଆମ୍ବାଦୋଳାର କାର ଡ୍ରାଇଭର ବୈଲୋଚନ ବାଗ (୨୪) ସହିତ ମିଶି ଜୋର ଜବରଦସ୍ତ ମନ୍ଦିର ପାଖରୁ ଏକ ଏରଟିଗା କାର ନଂ ଓଡି-୧୮-ଏନ-୭୮୧୦ ରେ ଉଠାଇ ନେଇଥିଲେ । ଘଟଣା ପରେ ବାଳିକାର ଭଉଣୀ ଘରକୁ ଯାଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ସୂଚନାପାଇ ବାଳିକାର ପିତା ବହୁତ ଖୋଜାଖୋଜି ପରେ ଝିଅକୁ ନ ପାଇବାରୁ ଲାଞ୍ଜିଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ଲାଞ୍ଜିଗଡ ଥାନାଧିକାରୀ ଜିତେନ୍ଦ୍ର କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଏସଆଇ ଡୋଳାମଣି ବିଶି , ଏଏସଆଇ ସ୍ଵର୍ଣ୍ଣଲତା ଗମାଙ୍ଗ ଏବଂ ପୋଲିସ ବଳ ସହିତ ଅଞ୍ଚଳରେ ତଦନ୍ତ କଲାପରେ ବିଶେଷ ସୂତ୍ରରୁ ଖବର ପାଇ ବିଜେପୁର ଥାନା ଅଞ୍ଚଳରେ ଥିବା ପଦ୍ମଥୋପା ଗ୍ରାମରୁ ବାଳିକା ସମେତ ତିନିଜଣଙ୍କୁ ଧରି ଲାଞ୍ଜିଗଡ ଆଣିବାପରେ ବାଳିକାକୁ ପରିବାର ଲୋକଙ୍କୁ ହସ୍ତାନ୍ତର ପରେ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଥିଲେ । ଆଜି ତଦନ୍ତ ପରେ ଏମାନଙ୍କ ସହିତ ଆଉ ଦୁଇଜଣ ସମ୍ପୃକ୍ତ ରହିଥିବା ବେଳେ ବର୍ତ୍ତମାନ ସେମାନେ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏ ନେଇ ଲାଞ୍ଜିଗଡ ଥାନା ପକ୍ଷରୁ ଏକ ଅପହରଣ ମାମଲା ରୁଜୁ କରି କେସ ନଂ ୫୮ /୨୫ ଧାରା ୮୭/୩(୫) ବିଏନଏସ ରେ ଅଭିଯୁକ୍ତ ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଥବା ଲାଞ୍ଜିଗଡ ଥାନାଧିକାରୀ ଶ୍ରୀ ବିଶ୍ୱାଳ ପ୍ରକାଶ କରିଛନ୍ତି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories