ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବିଭିନ୍ନ ବ୍ୟାଙ୍କ କର୍ମଚାରୀ ଲୋନ ଟଙ୍କା ଆଦାୟ ନେଇ ମହିଳା ମାନଙ୍କୁ ବିଭିନ୍ନ ପ୍ରକାର ଧମକ ଦେବା ସହ ଅସଦାଚରଣ କରୁଥିବା ନେଇ ଆଜି ଜିଲ୍ଲାର ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ଆଦିବାସୀ ମହିଳା ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ଗ୍ରୁପ ଲୋନ୍ ଠିକ୍ ସମୟରେ ପରିଷଦ ନକରିବାରୁ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଧମକ ଦେଉଛନ୍ତି ବିଭିନ୍ନ ଘରୋଇ ବ୍ୟାଙ୍କର କର୍ମଚାରୀ । ମାଲକାନଗିରି ଜିଲ୍ଲାର ଆଦିବାସୀ ମହିଳାମାନେ ସ୍ବଂୟ ସହାୟକ ଗୋଷ୍ଠୀ ମଧ୍ୟମରେ ବିଭିନ୍ନ ବ୍ୟାଙ୍କରୁ ଗ୍ରୁପ ଲୋନ୍ ନେଇଥିଲେ । କିନ୍ତୁ ଠିକ୍ ସମୟରେ ଏହି ସବୁ ଋଣ ପରିଶୋଧ ହୋଇନଥିବାବେଳେ ଆଦିବାସୀ ମହିଳା ମାନଙ୍କୁ ଏବେ ବିଭିନ୍ନ ପ୍ରକାର ଧମକ ମିଳୁଛି । ଏପରିକି ବ୍ୟାଙ୍କ କର୍ମଚାରୀମାନେ ମହିଳାମାନଙ୍କୁ ଅସଦାଚରଣ କରିବା ସହ ଭିକ ମାଗି ଋଣ ପରିଶୋଧ କର ନଚେତ୍ ଘର ବିକି ପିଲା ଛୁଆଙ୍କୁ ବିକି ଋଣ ପରିଶୋଧ କର ବୋଲି ଧମକ ଦେଉଛନ୍ତି । ଶେଷରେ ବାଧ୍ୟ ହୋଇ ୩୭ ଟି ଗ୍ରାମର ଶହ ଶହ ଆଦିବାସୀ ମହିଳା ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଛନ୍ତି ।
Popular Categories



