ଭୁବନେଶ୍ବର : ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ୟୁନିଟ୍ ମଞ୍ଜୁରି ନେଇ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ରାଜ୍ୟର ଶିଳ୍ପ ଏବଂ ପ୍ରଯୁକ୍ତିବିଦ୍ୟା ଉନ୍ନତିରେ ଏକ ପ୍ରମୁଖ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଏହି ସହଯୋଗୀ ପ୍ରୟାସ ନୂତନତ୍ବକୁ ତ୍ୱରାନ୍ୱିତ କରିବା ସହ ନିଯୁକ୍ତି ସୃଷ୍ଟି କରିବ ବୋଲି ସେ ଏକ୍ସରେ ଲେଖିଛନ୍ତି ।
I sincerely express my gratitude to Hon’ble Prime Minister Shri @narendramodi ji and Hon’ble Union Minister Shri @AshwiniVaishnaw ji for the Central Cabinet’s approval of the establishment of two semiconductor manufacturing units in Odisha.
The recent amendment of the Odisha… https://t.co/xvNdQJG8cq
— Mohan Charan Majhi (@MohanMOdisha) August 12, 2025
ମଙ୍ଗଳବାର ଅନୁଷ୍ଠିତ ବୈଠକରେ କେନ୍ଦ୍ର କ୍ୟାବିନେଟ୍ ୪ଟି ପ୍ରକଳ୍ପକୁ ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଓଡ଼ିଶା, ପଞ୍ଜାବ ଓ ଆନ୍ଧ୍ର ପ୍ରଦେଶରେ ୪ଟି ନୂତନ ସେମିକଣ୍ଡକ୍ଟର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏଥିପାଇଁ ୪,୫୯୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଓଡ଼ିଶାରେ ଦୁଇଟି ସେମିକଣ୍ଡକ୍ଟର ୟୁନିଟ୍ ଏବଂ ପଞ୍ଜାବ ଏବଂ ଆନ୍ଧ୍ର ପ୍ରଦେଶରେ ଗୋଟିଏ ଲେଖାଏଁ ୟୁନିଟ୍ ପ୍ରତିଷ୍ଠା ହେବ । ଭୁବନେଶ୍ବରରେ ୨ଟି ସେମିକଣ୍ଡକ୍ଟର ୟୁନିଟ ସହ ଥ୍ରୀଡି ଗ୍ଲାସ ମାନ୍ୟୁଫାକଚ୍ୟୁରିଂ ୟୁନିଟ ହେବ । ୧୯୪୩ କୋଟି ଟଙ୍କାରେ ଭୁବନେଶ୍ବର ଠାରେ ସେମିକଣ୍ଡକଟର ଓ ଥ୍ରୀଡି ଗ୍ଲାସ ମାନ୍ୟୁଫାକଚ୍ୟୁରିଂ ୟୁନିଟ ନିର୍ମାଣ ହେବ ।



