ଭୁବନେଶ୍ବର : ସଂସଦରେ ନୂଆ ଆୟକର ବିଲ୍ ପାରିତ ହୋଇଛି । ଗତକାଲି ଲୋକସଭା ପରେ ଆଜି ରାଜ୍ୟସଭାରେ ପାରିତ ହୋଇଛି ନୂଆ ଆୟକର ବିଲ୍-୨୦୨୫ । ଏଣିକି ପୂର୍ବ ଅପେକ୍ଷା ଆୟକର ବ୍ୟବସ୍ଥା ଅଧିକ ସରଳ ହୋଇପାରିବ । ୬୦ ବର୍ଷ ପୁରୁଣା ଆୟକର ନିୟମ ସ୍ଥାନରେ ଏହି ନୂଆ ଆୟକର ବିଲ୍ ଲାଗୁ ହେବ । ଦେଶର ଟିକସ ବ୍ୟବସ୍ଥାକୁ ଅପଡେଟ ଏବଂ ସରଳୀକରଣ କରିବାରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନରେ ଏହି ବିଧେୟକ ଆଗତ କରିବା ପରେ ଏହା ଉପରେ ଆଲୋଚନା ହୋଇଥିଲା। ନୂତନ ଆୟକର ବିଲ-୨୦୨୫ ପ୍ରଥମେ ଗତ ଫେବୃୟାରୀ ୧୩ ତାରିଖରେ ଲୋକସଭାରେ ଉପସ୍ଥାପନ କରାଯାଇଥିଲା। କିନ୍ତୁ ଗତ ଶୁକ୍ରବାର ଅର୍ଥମନ୍ତ୍ରୀ ତାହାକୁ ପ୍ରତ୍ୟାହାର କରିନେଇଥିଲେ।
Popular Categories



