www.samajalive.in
Friday, December 5, 2025
27.1 C
Bhubaneswar

ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଓ ପଦଯାତ୍ରା ଶୁଭାରମ୍ଭ

ଫୁଲବାଣୀ : ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅନୁକୁଲ୍ୟରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ଆଜି ଅଧକ୍ଷ୍ୟ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଏକ  ସଚେତନତା ପଦଯାତ୍ରା ଓ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି  । ଏହି ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସକାଳ  ସମୟରେ ବାହାରି ମାଦିକୁଣ୍ଡା ଛକ ନିକଟରେ ପହଞ୍ଚିଥିଲା । କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ (ଭାରପ୍ରାପ୍ତ),  ବିଶ୍ଵ ରଞ୍ଜନ କହଁରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ସଚେତନତା ପଦଯାତ୍ରାରେ ବିଜୁ ଦକ୍ଷତା ବିକାଶ କେନ୍ଦ୍ର ଫୁଲବାଣୀର ଛାତ୍ର ଛାତ୍ରୀ, ଅଙ୍ଗନବାଡି କର୍ମୀ, ଶ୍ରମିକ ସଂଗଠନର କର୍ମକର୍ତା, ସମାଜ ସେବୀ  ଏବଂ ଜନ ସାଧାରଣ ଏଥିରେ ଭାଗ ନେଇଥିଲେ। ଅଧିକ୍ଷକ ଅବକାରୀ ବିଭାଗ, କନ୍ଧମାଳ, ଜିଲ୍ଲା ଶିଶୁ ସୁରକ୍ଷ୍ୟା ଅଧିକାରୀ, ସଦସ୍ୟ ଶିଶୁ କଲ୍ୟାଣ କମିଟି, ଚାଇଲଡ ହେଲ୍ପ ଲାଇନ, ସହକାରୀ ଶ୍ରମ ଅଧିକାରୀ, ବିଭୁ ପ୍ରସାଦ ସ୍ୱାଇଁ, ସ୍ପିନିତା କୁମାରୀ ଦେବୀ ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଏହି ସଚେତନତା ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜନ ସାଧାରଣ ଓ ବାଣିଜ୍ୟ ପ୍ରତିଷ୍ଠାନର ସତ୍ଵାଧିକାରୀଙ୍କ ମଧ୍ୟରେ  ସଚେତନତା ସୃଷ୍ଟି କରାଯାଇଛି । ଉକ୍ତ ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରାରେ ସମସ୍ତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ଜିଲ୍ଲାକୁ କିଭଳି ଶିଶୁ ଶ୍ରମିକ ମୁକ୍ତ କରାଯାଇପାରିବ ତଥା ଶିଶୁ ମାନଙ୍କର ଅଧିକାର, ଶିଶୁ ସୁରକ୍ଷା ଓ ଶିଶୁ ଶ୍ରମିକ ନିୟୋଜନରେ ଦଣ୍ଡବିଧାନର ପ୍ରାବଧାନ ସମ୍ପର୍କରେ ସର୍ବ ସାଧାରଣଙ୍କ ମଧ୍ୟରେ  ସଚେତନତା ସୃଷ୍ଟି କରଯାଇଥିଲା । ଉକ୍ତ ସଚେତନତା ରଥ କନ୍ଧମାଳ ଜିଲ୍ଲାର ଅନ୍ୟ ସହରାଞ୍ଚଳରେ ମଧ୍ୟ ପରିକ୍ରମା କରି ସଚେତନତା ସୃଷ୍ଟି କରିବ ।

Hot this week

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

Related Articles

Popular Categories