ରଣପୁରଗଡ : ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ବନଦୁର୍ଗା ମନ୍ଦିର ଜଙ୍ଗଲ ମଧ୍ୟରେ ଅବସ୍ଥିତ। ଯାହାର ପ୍ରାକୃତିକ ଶୋଭା ମନମୁଗ୍ଧକର । ତେଣୁ ସାଧାରଣ ଲୋକେ ପିକନିକ ପାଇଁ ବନଦୁର୍ଗା ମନ୍ଦିରକୁ ବାଛିଥାନ୍ତି। କିନ୍ତୁ ଅନେକ ସ୍ଥାନରେ ବନ ବିଭାଗ ଅନୁମତି ନମିଳିବାରୁ ସ୍ଥାନର ଉନ୍ନତିକରଣ ହୋଇ ପାରେ ନାହିଁ। ସେଭଳି ଦେଖିବାକୁ ମିଳୁଛି ଖୋର୍ଦ୍ଧା ବନଖଣ୍ଡ ନୟାଗଡ଼ ଜିଲ୍ଲା ରଣପୁର ବନାଞ୍ଚଳ ଭେରୁପଡା ବିଟ୍ ଅଧିକ ପିମ୍ପଲ ଗ୍ରାମ ପଞ୍ଚାୟତ ସାମନ୍ତରାପୁର ଆଦିବାସୀ ସାହି ଉପରେ କୋଦାଳପଲ୍ଲୀ ରାସ୍ତା ଘାଟିରେ ଥିବା ବନଦୂର୍ଗା ପୀଠରେ। ନିରୋଳା ସ୍ଥାନ ସାଙ୍ଗକୁ ପରିବେଶ ମୁଗ୍ଧକର ଯୋଗୁଁ ଅନେକ ଲୋକ ଏଠାରେ ବଣଭୋଜି ପାଇଁ ଆସିଥାନ୍ତି। ୧୦ ବର୍ଷ ତଳେ ଏକ ଗୋଷ୍ଠୀ ଗୃହ ନିର୍ମାଣ ଆରମ୍ଭ ହୋଇଥିଲା। ଯାହାକି ଏବେ ନିର୍ମାଣାଧୀନ ଅବସ୍ଥାରେ ଭୂତକୋଠୀ ପାଲଟିଛି। ସମିତି ସଭ୍ୟ ପ୍ରସନ୍ନ କୁମାର ପରିଡ଼ା କୁହନ୍ତି ଆମ ଗାଁ ଆମ ବିକାଶ ଯୋଜନାରେ ୪ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। ବନବିଭାଗ ଅନୁମତି ନମିଳିବାରୁ ବିନିଯୋଗ ହୋଇପାରୁନାହିଁ। ବନପାଳ ରଞ୍ଜିତ କୁମାର ବେହେରା କୁହନ୍ତି ବନ ବିଭାଗ ଅନୁମତି ପାଇଁ ନିର୍ଦ୍ଧାରିତ ଫର୍ମରେ କେହି ଆବେଦନ କରି ନାହାନ୍ତି। ଅଯଥା ବନବିଭାଗକୁ ଦୋଷାରୋପ କରୁଛନ୍ତି। ଗ୍ରାମ ପଞ୍ଚାୟତ ତରଫରୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କଲେ ବନଖଣ୍ଡ ଅଧିକାରୀ ବିଚାର କରିବେ।
Popular Categories



