www.samajalive.in
Saturday, December 6, 2025
26.1 C
Bhubaneswar

ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଟ ଉଦଘାଟିତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତର କଣ୍ଡାକରା ଗାଁ ନିକଟରେ ଥିବା ପଡ଼ିଆରେ ମା ଫୁଲକରାଣୀ କ୍ରିକେଟ ପକ୍ଷରୁ ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଟ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା, ଉପାଧ୍ୟକ୍ଷ ଡମ୍ବରୁ କଞ୍ଜ।କା, କଳା ସଂସ୍କୃତି ଉପସଭାପତି ସନ୍ତୋଷ କୁମାର ବଚ୍ଚା, ଦୁଖୁ ଗୌଡ଼ ଉପସ୍ଥିତ ରହି ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଟ ଉଦଘାଟନ କରିଥିଲେ।ଉଦଘାଟନୀ ମ୍ୟାଚରେ ସାଜା ସହ କୁମ୍ଭାରଗୁଡା ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଏଥିରେ କୁମ୍ଭାରଗୁଡା ଦଳ ଟସ ଜିତି ପ୍ରଥମ ବ୍ୟାଟିଙ୍ଗ କରିଥିଲେ। ୧୨ ଓଭର ମ୍ୟାଚରେ ୪ ଉଇକେଟ ହରାଇ ୧୨୧ରନ କରିଥିଲେ। ସାଜା ଦଳ ୧୨୧ରନର ପିଛା କରି ୧୨ ଓଭରରେ ୭୬ ରନ କରି ପରାସ୍ତ ହୋଇଥିଲେ। ଏହି ଜିଲ୍ଲାସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଭାଗ ନେଇଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories